ମୁଣ୍ଡରେ ଏମିତି ଉପାୟରେ ତେଲ ଲଗାଇଲେ କେଶ ମୂଳ ହେବନି ଦୁର୍ବଳ, ଜାଣି ରଖନ୍ତୁ କେଉଁ କଥା ଉପରେ ରଖିବାକୁ ହେବ ଧ୍ୟାନ

କେଶକୁ ସୁରକ୍ଷିତ ରଖିବା ସହଜ କାମ ନୁହେଁ। ଅନେକ ବାର ପ୍ରଦୂଷଣ ଏବଂ ରୂପି ସମସ୍ୟା ଯୋଗୁ କମ୍‌ ବୟସରୁ କେଶ ଝଡ଼ିବା ଆରମ୍ଭ ହୋଇଥାଏ। କେଶର ଯତ୍ନ ବି ଠିକ୍‌ ଭାବେ ନ ନେଲେ ଆମକୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ସେହିପରି ମୁଣ୍ଡରେ ତେଲ ଲଗାଇବା ସମୟରେ କେତେକ ଭୁଲ୍‌ ଆମେ କରି ବସିଥାଉ, ଯଦ୍ଦ୍ଵାରା ଆମ କେଶକୁ କ୍ଷତି ପହଞ୍ଚିଥାଏ। ଆଜି ଆମେ ଆପଣଙ୍କୁ କହିବୁ, କେଶରେ ତେଲ ଲଗାଇବା ବେଳେ କେଉଁ କେଉଁ କଥା ଉପରେ ଧ୍ୟାନ ରଖିବାକୁ ହେବ।

୧. କଦାପି ଅଡ଼ୁଆ କେଶରେ ତେଲ ଲଗାଇବା ଉଚିତ ନୁହେଁ। ଯଦି ଆପଣ ଏମିତି କରିବେ, ତା’ ହେଲେ ଆପଣଙ୍କ କେଶ ଛିଣ୍ଡିବ। ଏଥିପାଇଁ ଚଉଡ଼ା ଦାନ୍ତ ଥିବା ପାନିଆରେ କେଶକୁ କୁଣ୍ଡାଇ ତା’ ପରେ ତେଲ ଲଗାନ୍ତୁ।

୨. ଅନେକ ଲୋକଙ୍କର ଅଭ୍ୟାସ ଥାଏ କି, କେଶରେ ତେଲ ଲଗାଇବା ପରେ ଜୋର୍‌ ଜୋର୍‌ରେ ସେମାନେ ମାଲିସ୍‌ କରିବାକୁ ଲାଗିଥାଆନ୍ତି। କିନ୍ତୁ ଏପରି କରନ୍ତୁ ନାହିଁ।

୩. କେବେ ବି କେଶକୁ ଟାଇଟ୍‌ କରି ବାନ୍ଧନ୍ତୁ ନାହିଁ। ଏମିତି କରିବା ଦ୍ୱାରା କେଶ ମୂଳ ଦୁର୍ବଳ ହୋଇଯାଇଥାଏ।

୪. କେଶର ମାଲିସ୍‌ କେବେ ବି ଥଣ୍ଡା ତେଲରେ କରିବା ଉଚିତ ନୁହେଁ। ତେଲ ଲଗାଇବା ପରେ ଭଲ ଭାବେ କେଶକୁ ଧୋଇ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.