କଂଗ୍ରେସରୁ ବିଦା ହେଲେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ

କଂଗ୍ରେସ ଦଳରୁ ବରିଷ୍ଠ ନେତା ସୁରେଶ ରାଉତରାୟ ବହିଷ୍କୃତ । ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି । ଏ ସମ୍ପର୍କରେ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି ।

ଭୁବନେଶ୍ୱର(କେନ୍ୟୁଜ୍‌): କଂଗ୍ରେସ ଦଳରୁ ବରିଷ୍ଠ ନେତା ସୁରେଶ ରାଉତରାୟ ବହିଷ୍କୃତ । ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି । ଏ ସମ୍ପର୍କରେ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି ।

ନିଜ ସାନ ପୁଅ ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରିବା ତାଙ୍କ ପାଇଁ ମହଙ୍ଗା ପଡ଼ିଛି । ଏ ନେଇ ତାଙ୍କୁ ପ୍ରଥମେ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା । ତେବେ ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି ।

୧୯୭୭ରୁ ଜଟଣୀକୁ ନିଜ କବଜାରେ ରଖିଥିବା ସୁରେଶ ରାଉତରାୟ ସେଠାରୁ ୧୦ଥର ନିର୍ବାଚନ ଲଢ଼ି ୬ ଥର ବିଧାୟକ ହୋଇଛନ୍ତି । ତେବେ ଏଠି ତାଙ୍କର କଂଗ୍ରେସ ଇନିଂସ୍‌ ଶେଷ ହେଲା ବୋଲି କହିଲେ ଭୁଲ ହେବ ନାହିଁ । ନିଜର ଖୋଲା ମନ୍ତବ୍ୟ ତଥା ଡାଇଲଗ ବାଜି ଯୋଗୁଁ ସୁର ସବୁବେଳେ ଚର୍ଚ୍ଚାରେ ଗଣମାଧ୍ୟମ ଚର୍ଚ୍ଚାରେ ଥାଆନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.