Below header

୩ ଜଣଙ୍କୁ ଚୋର ଭାବି ନିସ୍ତୁକ ମାଡ଼, ଜଣେ ମୃତ, ୨ ଜଣ ଗୁରୁତର

୩ ଜଣଙ୍କୁ ଚୋର ଭାବି ନିସ୍ତୁକ ମାଡ଼ । ଜଣେ ମୃତ, ୨ ଜଣ ଗୁରୁତର । ଦୁଇ ଗୁରୁତରଙ୍କୁ ବରଗଡ଼ ପୁରୁଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବରଗଡ଼ : ୩ ଜଣଙ୍କୁ ଚୋର ଭାବି ନିସ୍ତୁକ ମାଡ଼ । ଜଣେ ମୃତ, ୨ ଜଣ ଗୁରୁତର । ଦୁଇ ଗୁରୁତରଙ୍କୁ ବରଗଡ଼ ପୁରୁଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତୋରା ଗ୍ରାମ ସ୍ଥିତ ସହଁରାଟିକ୍ରା ଗାଁରେ ୩ ଜଣ ଏକାଠି ଯାଉଥିବା ବେଳେ ତାଙ୍କୁ ଚୋର ଭାବି ନିସ୍ତୁକ ମାଡ଼ ମାରିଥିଲେ କିଛି ଲୋକ ।

ଉକ୍ତ ୩ ଜଣ ବ୍ୟକ୍ତି ପଣ୍ତରୀପଥର ଗାଁର ବୋଲି ଜଣାପଡିଛି । ଘଟଣାସ୍ଥଳରେ ବରଗଡ଼ ଟାଉନ୍ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ବ୍ୟକ୍ତି ଜଣକ ବିଜୟ ବାକ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.