ଭାରତ ହେଲା ଆହୁରି ଶକ୍ତିଶାଳୀ, ସ୍ୱଦେଶୀ ନାଭାଲ୍ ଆଣ୍ଟି ସିପ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା

ପ୍ରତିରକ୍ଷା କ୍ଷେତ୍ରରେ ଭାରତ ପ୍ରତିଦିନ ନୂଆ ନୂଆ ପାହାଚ ଅତିକ୍ରମ କରୁଛି। ଏହି କ୍ଷେତ୍ରରେ ଏବେ ଭାରତକୁ ମିଳିଛି ଆଉ ଏକ ସଫଳତା। ଭାରତୀୟ ନୌସେନା ଏବଂ ଡିଆର୍‌ଡିଓ (DRDO) ନଭେମ୍ବର ୨୧ ମଙ୍ଗଳବାର ସ୍ୱଦେଶୀ ନାଭାଲ୍ ଆଣ୍ଟି ସିପ୍ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷା କରିଛି।

ଏହି ପରୀକ୍ଷଣ ସିକିଙ୍ଗ୍‌ 42B ହେଲିକପ୍ଟର ଜରିଆରେ କରାଯାଇଛି। ନୌସେନା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ କହିଛି ଯେ ଏହି କ୍ଷେପଣାସ୍ତ୍ର ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ନୌସେନା ଏହାର ଏକ ଭିଡିଓ ମଧ୍ୟ ଜାରି କରିଛି।

ଏହି ଭିଡିଓରେ ଆପଣ ଦେଖି ପାରିବେ ଯେ ସିକିଙ୍ଗ୍‌ 42B ହେଲିକପ୍ଟର ମାଧ୍ୟମରେ ନାଭାଲ୍ ଆଣ୍ଟି ସିପ୍ ମିସାଇଲ୍ ପରୀକ୍ଷା କରାଯାଇଥିଲା। ଏକ ରିପୋର୍ଟ ମୁତାବକ, ଡିଆର୍‌ଡିଓ ଭାରତୀୟ ନୌସେନାର ଶକ୍ତି ବଢ଼ାଇବା ପାଇଁ ଲଙ୍ଗ ରେଞ୍ଜ ଆଣ୍ଟି ସିପ୍ କ୍ଷେପଣାସ୍ତ୍ର ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.