ତିିର୍ତ୍ତୋଲ ବିଧାୟକଙ୍କ ବିବାହ ବିବାଦ, ପ୍ରତ୍ୟୁଷାଙ୍କ ବିବାହ ବିଛେଦର ନକଲ କପି ଦାଖଲ କଲେ ସୋମାଲିକା

ତିିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ବିବାହ ବିବାଦ ପ୍ରସଙ୍ଗରେ କଟକ ସଵ ରେଜିଷ୍ଟ୍ରାରଙ୍କ ନିକଟରେ ଆଜି ପୁନଶ୍ଚ ହାଜର ହୋଇଥିଲେ ବାନ୍ଧବୀ ସୋମାଲିକା ଦାଶ।

ତିିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ବିବାହ ବିବାଦ ପ୍ରସଙ୍ଗରେ କଟକ ସଵ ରେଜିଷ୍ଟ୍ରାରଙ୍କ ନିକଟରେ ଆଜି ପୁନଶ୍ଚ ହାଜର ହୋଇଥିଲେ ବାନ୍ଧବୀ ସୋମାଲିକା ଦାଶ। ବିଜୟ ଶଙ୍କର ଓ ପ୍ରତ୍ୟୁଷାଙ୍କ ବିବାହକୁ ବିରୋଧ କରିଛନ୍ତି ସୋମାଲିକା। ପ୍ରତ୍ୟୁଷା ନନ୍ଦଙ୍କ ବିବାହ ବିଛେଦର ନକଲ କପି ବିବାହ ପଞ୍ଜିକରଣ ଅଧିକାରୀଙ୍କ ନିକଟରେ ଦାଖଲ କରିଛନ୍ତି ସୋମାଲିକା।

କିନ୍ତୁ ଏହାର ସାର୍ଟିଫାଏଡ଼ କପି ଆବଶ୍ୟକ କଲେ ବିବାହ ପଞ୍ଜିକରଣ ଅଧିକାରୀ। ଆସନ୍ତା ୩୦ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ସେଦିନ ବିବାହ ବିଛେଦର ସାର୍ଟିଫାଏଡ଼ କପି ଦାଖଲ କରିବାକୁ ସୋମାଲିକାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ସୋମାଲିକା ଓ ସମାଜସେବୀ ସସ୍ମିତା ଦାସଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.