Below header

ଇସ୍ରାଏଲ୍‌ ସେନାର ସବୁଠାରୁ ବଡ଼ ମିଲିଟାରୀ ବେସ୍‌ ଉପରେ ଆକ୍ରମଣ କଲା ହିଜ୍‌ବୁଲାହ

ଇସ୍ରାଏଲ୍‌ ଏବଂ ହମାସ୍‌ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଦେଢ଼ ମାସ ବିତିଗଲାଣି। ଏହାରି ଭିତରେ ହିଜ୍‌ବୁଲାହ ସୋମବାର ଇସ୍ରାଏଲର ସବୁଠୁ ବଡ଼ ବେସ୍‌କୁ ଟାର୍ଗେଟ କରିଛି। ଏହି ଆକ୍ରମଣରେ ବହୁ କ୍ଷତି ହୋଇଥିବା ହିଜ୍‌ବୁଲାହ ଦାବି କରିଛି।

ଇସ୍ରାଏଲ୍‌ ଏବଂ ହମାସ୍‌ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଦେଢ଼ ମାସ ବିତିଗଲାଣି। ଏହାରି ଭିତରେ ହିଜ୍‌ବୁଲାହ ସୋମବାର ଇସ୍ରାଏଲର ସବୁଠୁ ବଡ଼ ବେସ୍‌କୁ ଟାର୍ଗେଟ କରିଛି। ଏହି ଆକ୍ରମଣରେ ବହୁ କ୍ଷତି ହୋଇଥିବା ହିଜ୍‌ବୁଲାହ ଦାବି କରିଛି। ଯଦିଓ ଏ ପର୍ଯ୍ୟନ୍ତ ଇସ୍ରାଏଲ ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟୀକରଣ ମିଳିନାହିଁ।

ଏହାପୂର୍ବରୁ ଇସ୍ରାଏଲ ସେନା ଗାଜା ଉପରେ ଭୟଙ୍କର ଆକ୍ରମଣ କରିଥିଲା, ଯେଉଁଥିରେ ଅନେକ ଘର ନଷ୍ଟ ହୋଇଯାଇଥିଲା। ହିଜ୍‌ବୁଲାହ ଅକ୍ଟୋବର ୭ରୁ ହିଁ ଇସ୍ରାଏଲ ଉପରେ ଆକ୍ରମଣ କରୁଛି। କିନ୍ତୁ ସୋମବାର ହୋଇଥିବା ହିଜ୍‌ବୁଲାହ ଆକ୍ରମଣ ଏ ପର୍ଯ୍ୟନ୍ତର ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି। ଏହି ଆକ୍ରମଣରେ ହୋଇଥିବା କ୍ଷୟକ୍ଷତିର ସମ୍ପୂର୍ଣ୍ଣ ବିବରଣୀ ଏ ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ।

ଗାଜାରେ ହମାସ୍‌ ଅଧିକାରୀମାନଙ୍କ ମୁଖପାତ୍ର କହିଛନ୍ତି, ବିଦ୍ୟାଳୟରେ ୨୦୦ ଲୋକ ମରିଛନ୍ତି। ସେପଟେ ଇସ୍ରାଏଲ୍‌ ସେନା କୌଣସି ବୟାନ ଦେଇନାହିଁ। ଅକ୍ଟୋବର ୭ରେ ହୋଇଥିବା ଆକ୍ରମଣ ପରେ ଇସ୍ରାଏଲ, ହମାସକୁ ଶେଷ କରିବାକୁ ପ୍ରତିଜ୍ଞା ନେଇଥିଲା। ହମାସଶାସିତ ଗାଜା ଷ୍ଟ୍ରିପ୍‌ରେ ଅଧିକାରୀମାନେ କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା ୧୨,୩୦୦କୁ ବୃଦ୍ଧି ପାଇଛି।

ଇସ୍ରାଏଲ ସେନା କହିଛି, ଏହାର ୮ମ ସଶସ୍ତ୍ର ବ୍ରିଗେଡ୍‌ ଉତ୍ତର ଗାଜାରେ ହମାସ୍‌ ଆଉଟ୍‌ପୋଷ୍ଟ ଏବଂ ଟ୍ରେନିଂ କ୍ୟାମ୍ପ୍‌ ଉପରେ ଆକ୍ରମଣ କରିଛି। ଏହି ସମୟରେ ହମାସ୍‌ର ଶତାଧିକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ଏବଂ ଏଥିରେ ହମାସ୍‌ ଗୋଷ୍ଠୀର ୩୦ ଜଣ ନିପାତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.