ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମ୍‌କୋର୍ଟ; କହିଲେ, ‘ଆଧୁନିକ ଔଷଧ ଓ ଟିକାକରଣ ବିରୋଧରେ ମିଥ୍ୟା ଦାବି କରନାହିଁ’

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମ୍‌କୋର୍ଟ। ଆଧୁନିକ ଔଷଧ ଏବଂ ଟିକାକରଣ ବିରୋଧରେ ପତଞ୍ଜଳି ଆୟୁର୍ବେଦର ବିଜ୍ଞାପନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ।

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମ୍‌କୋର୍ଟ। ଆଧୁନିକ ଔଷଧ ଏବଂ ଟିକାକରଣ ବିରୋଧରେ ପତଞ୍ଜଳି ଆୟୁର୍ବେଦର ବିଜ୍ଞାପନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ। କୋର୍ଟ ପତଞ୍ଜଳିକୁ କୌଣସି ବିଭ୍ରାନ୍ତିକର ବିଜ୍ଞାପନ କିମ୍ବା ମିଥ୍ୟା ଦାବି ନ କରିବାକୁ କହିଛନ୍ତି। ଏହା କଲେ ଭାରି ଜରିମାନା ଲାଗୁ କରାଯିବ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି।

ଏତିକି ନୁହେଁ, ବିଭ୍ରାନ୍ତିକର ଚିକିତ୍ସା ବିଜ୍ଞାପନର ମୁକାବିଲା ପାଇଁ ଏକ ପ୍ରସ୍ତାବ ଦେବାକୁ ମଧ୍ୟ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। କହି ରଖୁଛୁ ଯେ ଭାରତୀୟ ମେଡିକାଲ୍ ଆସୋସିଏସନ ପତଞ୍ଜଳି ବିଜ୍ଞାପନ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିଛି।

ଅକ୍ଟୋବର ୯ରେ ସୁପ୍ରିମ୍‌କୋର୍ଟ ଯୋଗଗୁରୁ ତଥା ପତଞ୍ଜଳିର ପ୍ରତିଷ୍ଠାତା ବାବା ରାମଦେବଙ୍କ ଲିଖିତ ଆବେଦନ ଉପରେ ଶୁଣାଣି କରିଥିଲେ। ଏଥିରେ ବାବା ରାମଦେବ ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ହୋଇଥିବା ଆପରାଧିକ ଏଫ୍‌ଆଇଆର୍‌ରୁ ସୁରକ୍ଷା ଦାବି କରିଥିଲେ। କୋଭିଡ-୧୯ର ଏଲୋପାଥିକ ଚିକିତ୍ସା ବିରୋଧରେ ସେ ବିବାଦୀୟ ମନ୍ତବ୍ୟ ଦେଇଥିଲେ।

କହି ରଖୁଛୁ, ପତଞ୍ଜଳି ଆୟୁର୍ବେଦ ଏକ ଭାରତୀୟ ବହୁରାଷ୍ଟ୍ରୀୟ ସମୂହ ହୋଲ୍ଡିଂ କମ୍ପାନୀ।

Leave A Reply

Your email address will not be published.