Below header

ଉପକୂଳ ଓଡ଼ିଶାରେ ବଦଳୁଛି ପାଗ, ପୂର୍ବାଳୀ ତରଙ୍ଗାୟିତ ବାୟୁ ପ୍ରଭାବ

ଉପକୂଳ ଓଡ଼ିଶାରେ ବଦଳୁଛି ପାଗ । ପୂର୍ବାଳୀ ତରଙ୍ଗାୟିତ ବାୟୁ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ପୂର୍ବ ଉପକୂଳର କିଛି ଅଞ୍ଚଳରେ ମଧ୍ୟମରୁ ହାଲୁକା ଧରଣର ବର୍ଷା ରେକର୍ଡ କରାଯାଇଛି ।

ଉପକୂଳ ଓଡ଼ିଶାରେ ବଦଳୁଛି ପାଗ । ପୂର୍ବାଳୀ ତରଙ୍ଗାୟିତ ବାୟୁ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ପୂର୍ବ ଉପକୂଳର କିଛି ଅଞ୍ଚଳରେ ମଧ୍ୟମରୁ ହାଲୁକା ଧରଣର ବର୍ଷା ରେକର୍ଡ କରାଯାଇଛି । ପୁରୀ ଜିଲ୍ଲାର ଗୋପ ଠାରେ ସର୍ବାଧିକ ୧୨ ମିମି ବର୍ଷା ରେକର୍ଡ କରାଯାଇଛି । ପୁରୀ ସହରରେ ୯ ମିମି ବର୍ଷା ରେକର୍ଡ କରାଯାଇଛି, ଜଗତସିଂପୁର, ଖୋର୍ଦ୍ଧା, ଗଞ୍ଜାମ ସହ ଉପକୂଳ ଜିଲ୍ଲାରେ ହାଲୁକା ବର୍ଷା ରେକର୍ଡ ହୋଇଛି ।

ଆସନ୍ତା ୨୪ଘଣ୍ଟାରେ ପାଗ ଶୁଖିଲା ରହିବ । ଆସନ୍ତା ୨୫ ତାରିଖ ଓ ୨୬ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା ସହ କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଗୁଆ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଏପଟେ ୨ରୁ ୩ ଡିଗ୍ରୀ ବଢ଼ିଛି ରାତି ତାପମାତ୍ରା। ଭୁବନେଶ୍ବରରେ ୨ ଡିଗ୍ରୀ, କଟକରେ ୩ ଡିଗ୍ରି, ଆଭ୍ୟନ୍ତର ଓଡ଼ିଶାରେ ୨ରୁ ୪ଡିଗ୍ରୀ ବଢ଼ିଛି ତାପମାତ୍ରା । ପ୍ରଭାବରେ କମିଛି ଶୀତର ପ୍ରକୋପ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତର ପ୍ରଭାବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.