ଜାଣନ୍ତୁ ବାସ୍ତୁ ଅନୁସାରେ ବିଛଣାରେ ବସି ଖାଦ୍ୟ ଖାଇବା ଉଚିତ ନା ଅନୁଚିତ

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଖଟ ଉପରେ ବସି ଖାଦ୍ୟ ଖାଇବା ଅନୁଚିତ୍‌ । ଯଦି ଆପଣ ଏପରି କରୁଛନ୍ତି ତେବେ ଆଜି ହିଁ ଏହି ଖରାପ ଅଭ୍ୟସ ବନ୍ଦ  କରିଦିଅନ୍ତୁ । ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଖଟ ଉପରେ ବସି ଖାଦ୍ୟ ଖାଇବାରେ କ’ଣ ଅସୁବିଧା ହୋଇଥାଏ ?

ବାସ୍ତୁ ଶାସ୍ତ୍ରରେ ସବୁ ଜିନିଷ ପାଇଁ କିଛି ନା କିଛି ସ୍ୱତନ୍ତ୍ର ନିୟମ ରହିଛି । ଆମେ ଜଣାତରେ ହେଉ କିମ୍ବା ଅଜାଣତରେ ଏପରି ଅନେକ କାମ କରିଥାଉ, ଯାହା ବାସ୍ତୁ ଦୋଷ ସୃଷ୍ଟି କରିଥାଏ । ଏହାର ପ୍ରଭାବ ଆମ ଜୀବନରେ ସିଧାସଳଖ ପଡିଥାଏ । ଏହି ସବୁ ବାସ୍ତୁ ତ୍ରୁଟି ଯୋଗୁ ପରିବାରରେ ଆର୍ଥିକ ସମସ୍ୟା ରହିବା ସହ ସଫଳତା ମଧ୍ୟ ବାଧାପ୍ରାପ୍ତ ହୋଇଥାଏ ।

ବାସ୍ତୁ ଶାସ୍ତ୍ରରେ ସକାଳୁ ଉଠିବାଠାରୁ ଆରମ୍ଭ କରି ଖାଇବା ପିଇବା ପର୍ଯ୍ୟନ୍ତ ସବୁ କିଛି ପାଇଁ ନିୟମ ରହିଛି । ଏହି ନିୟମ ଗୁଡିକୁ ଧ୍ୟାନରେ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଖଟ ଉପରେ ବସି ଖାଦ୍ୟ ଖାଇବା ଅନୁଚିତ୍‌ । ଯଦି ଆପଣ ଏପରି କରୁଛନ୍ତି ତେବେ ଆଜି ହିଁ ଏହି ଖରାପ ଅଭ୍ୟସ ବନ୍ଦ  କରିଦିଅନ୍ତୁ । ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଖଟ ଉପରେ ବସି ଖାଦ୍ୟ ଖାଇବାରେ କ’ଣ ଅସୁବିଧା ହୋଇଥାଏ ?

ବିଛଣାରେ ବସି କାହିଁକି ଖାଦ୍ୟ ଖାଇବା ଉଚିତ୍ ନୁହେଁ :

ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ବିଛଣାରେ ବସି ଖାଦ୍ୟ ଖାଇବାର ଅଭ୍ୟାସ ରହିଛି । ଏହି ଲୋକମାନେ ନିଜ ଶୋଇବା ଘରର ବିଛଣା ଉପରେ ବସି ଖାଦ୍ୟ ଖାଇଥାନ୍ତି । ବାସ୍ତୁ ଅନୁସାରେ, ବିଛଣାରେ ବସି ଖାଦ୍ୟ ଖାଇବା ଦ୍ୱାରା କେବଳ ସ୍ୱାସ୍ଥ୍ୟର କ୍ଷତି ନୁହେଁ, ବରଂ ଆର୍ଥିକ ସଙ୍କଟ ମଧ୍ୟ ଟାଣି ଆଣିଥାଏ । ଖଟ ଉପରେ ବସି ଖାଇବା ପିଇବା ଦ୍ୱାରା ମା’ ଲକ୍ଷ୍ମୀ କ୍ରୋଧିତ ହୋଇଯାଆନ୍ତି ଏବଂ ସେ ସେହି ଘରକୁ କେବେ ଆସନ୍ତି ନାହିଁ । ଯେଉଁ ଘରେ ଲୋକମାନେ ବିଛଣାରେ ବସି ଖାଇବା ଖାଇଥାନ୍ତି, ସେମାନଙ୍କ ଘରେ ଦାରିଦ୍ର୍ୟତା ବାସ କରିଥାଏ । ଏହାସହ ଘରେ ଲୋକଙ୍କ ଉପରେ ଋଣ ବଢିଥାଏ ଓ ଅଶାନ୍ତି ମଧ୍ୟ ବଢିଥାଏ।

ଖାଦ୍ୟ ଖାଇବା ପାଇଁ ନିୟମ :

ବାସ୍ତୁ ଅନୁଯାୟୀ, ଭୂମିରେ ବସି ସର୍ବଦା ଖାଇବା ଉଚିତ୍ । ଯଦି ଆପଣଙ୍କର କିଛି ସ୍ୱାସ୍ଥ୍ୟ ସମସ୍ୟା ଅଛି ଓ ଆପଣ ଭୂମିରେ ବସିପାରିବେ ନାହିଁ, ତେବେ ଡାଇନିଂ ଟେବୁଲରେ ବସି ଖାଆନ୍ତୁ । କିନ୍ତୁ ଧ୍ୟାନ ରଖିବେ ଖାଇବା ଥାଳି ସବୁବେଳେ ବସିବା ସ୍ଥାନଠାରୁ ଉପରେ ରହିବା ଉଚିତ ।

ଖାଦ୍ୟ ଖାଇବା ସମୟରେ ସବୁବେଳେ ପୂର୍ବ – ଉତ୍ତର ଆଡକୁ ମୁହଁ କରି ଖାଇବା ଉଚିତ । ଏହା ବ୍ୟତୀତ ରୋଷେଇ ଘରେ ଅଇଁଠା ବାସନ ରଖିବା ମଧ୍ୟ ଅନୁଚିତ । ଯଦି ଆପଣ ଏପରି କରୁଛନ୍ତି, ତାହେଲେ ଏହା ମା’ ଅନ୍ନପୂର୍ଣ୍ଣାଙ୍କ ଅପମାନ ବୋଲି କୁହାଯାଏ । ଏହା ସହ ସଦାବେଳେ ବାସନ ରାତିରେ ଧୋଇବା ଉଚିତ୍‌ । ଏପରି କରିବା ଦ୍ୱାରା ଘରେ ଆର୍ଥିକ ସ୍ଥିତି ଠିକ୍‌ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.