ନାବାଳିକା ଝିଆରୀକୁ ଦୁଷ୍କର୍ମ କଲା ସଂପର୍କୀୟ ବଡ଼ ବାପା

ବସ୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ଅସୁସ୍ଥ ମାଆକୁ ମେଡ଼ିକାଲରେ ଦେଖା କରାଇବାକୁ କହି ସମ୍ପର୍କୀୟ ବଡ଼ବାପା ଝିଆରୀକୁ ବସ ଭିତରେ ଦୁଷ୍କର୍ମ କରିଥିଲା। ଯାଜପୁର ଦଶରଥପୁର ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା।

ବସ୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ଅସୁସ୍ଥ ମାଆକୁ ମେଡ଼ିକାଲରେ ଦେଖା କରାଇବାକୁ କହି ସମ୍ପର୍କୀୟ ବଡ଼ବାପା ଝିଆରୀକୁ ବସ ଭିତରେ ଦୁଷ୍କର୍ମ କରିଥିଲା। ଯାଜପୁର ଦଶରଥପୁର ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ୧୦ମ ଶ୍ରେଣୀରେ ପାଠ ପଢ଼ୁଥିବା ନାବାଳିକାଙ୍କୁ ସମ୍ପର୍କୀୟ ବଡ଼ବାପା ଦୟାନିଧି ଯେନା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଅଭିଯୁକ୍ତ ଦୟାନିଧି ନାବାଳିକାଙ୍କୁ ରାସ୍ତାରେ ଅଟକାଇ ତାଙ୍କ ମାଆ ଅସୁସ୍ଥ ଥିବା ଏବଂ ସେ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଥିବା କହିବା ସହିତ ତୁରନ୍ତ ତାଙ୍କ ସାଙ୍ଗରେ ଭଦ୍ରକ ଯିବାକୁ କହି ନେଇଯାଇଥିଲା। ଦୟାନିଧି ଭଦ୍ରକ ଯିବା ରାସ୍ତାରେ ଆଖଣ୍ଡଳମଣୀ ଛକ ନିକଟରେ ନିଜ ବାଇକ୍  ରଖି ସେଠାରୁ ଭଦ୍ରକ ଯାଉଥିବା ଏକ ବସ୍  ରେ ନାବାଳିକାଙ୍କୁ ସାଙ୍ଗରେ ଧରି ପଳାଇ ଯାଇଥିଲା।

ହଠାତ୍ ଏକ ଅଜଣା ସ୍ଥାନରେ ବସ୍ ରୁ ଓହ୍ଲାଇ ନାବାଳିକାଙ୍କୁ ଏକ ନିକାଞ୍ଚନ ସ୍ଥାନକୁ ନେଇ ବିଭିନ୍ନ ପ୍ରକାର ଧମକ ଚମକ ଦେବା ସହିତ ବଳପୂର୍ବକ ଦୁଷ୍କର୍ମ କରିଥଲା ଅଭିଯୁକ୍ତ। ପରେ ସେହିଦିନ ରାତିରେ ନାବାଳିକାଙ୍କୁ କୋଲକାତା ଯାଉଥିବା ଏକ ବସ୍ ରେ ନେଇ ବସ୍ ଭିତରେ ପୁନର୍ବାର ଦୁଷ୍କର୍ମ କରିବାକୁ ପଛାଇ ନଥିଲା। ଏହା ପରେ ନାବାଳିକାକୁ ଆଣି ଛାଡିଦେଇ ସେଠାରୁ ଫେରାର ହୋଇଯାଇଥିଲା।

ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଦଶରଥପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଦଶରଥପୁର ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ସେପଟେ ପୋଲିସ ନାବାଳିକାଙ୍କ ବୟାନ ରେକର୍ଡ କରିବା ସହ ତାଙ୍କର ଡାକ୍ତରୀ ମଇନା କରାଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.