ସ୍କୁଲରେ ଛାତ୍ରଛାତ୍ରୀ ପଢ଼ିବେ ‘ରାମାୟଣ ଓ ମହାଭାରତ’, NCERTର ପାଠ୍ୟପୁସ୍ତକରେ ହେବ ସାମିଲ

ଆଗାମୀ ଦିନରେ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ରାମାୟଣ ଓ ମହାଭାରତ ଶିକ୍ଷା। NCERTର ସାମାଜିକ ବିଜ୍ଞାନ ପାଠ୍ୟ ପୁସ୍ତକରେ ଏ ସମ୍ବନ୍ଧିତ ପାଠ୍ୟକ୍ରମକୁ ଅନ୍ତର୍ଭୁକ୍ତ କରାଯାଇପାରେ।

ଆଗାମୀ ଦିନରେ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ରାମାୟଣ ଓ ମହାଭାରତ ଶିକ୍ଷା। NCERTର ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ ଏ ସମ୍ବନ୍ଧିତ ପାଠ୍ୟକ୍ରମକୁ ଅନ୍ତର୍ଭୁକ୍ତ କରାଯାଇପାରେ। ଉଚ୍ଚ ସ୍ତରୀୟ ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (NCERT) ପ୍ୟାନେଲ୍ ଏହା ସୁପାରିଶ କରିଛି।

NCERTର ଉଚ୍ଚ ସ୍ତରୀୟ ପ୍ୟାନେଲ୍ ଆହୁରି ପରାମର୍ଶ ଦେଇଛି ଯେ ବିଦ୍ୟାଳୟଗୁଡ଼ିକର ଶ୍ରେଣୀଗୃହ କାନ୍ଥରେ ସମ୍ବିଧାନ ବିଷୟରେ ସ୍ଥାନୀୟ ଭାଷାରେ ଲେଖାଯିବ। ଏହା ସହିତ ପାଠ୍ୟପୁସ୍ତକରେ ଭାରତୀୟ ଜ୍ଞାନ ପ୍ରଣାଳୀ, ବେଦ ଏବଂ ଆୟୁର୍ବେଦକୁ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ବର୍ତ୍ତମାନ ଏହି ପ୍ରସ୍ତାବକୁ NCERTରୁ ଚୂଡ଼ାନ୍ତ ଅନୁମୋଦନ ମିଳିବା ବାକି ଅଛି। ପ୍ୟାନେଲ କହିଛି ଯେ ଆମେ ପରାମର୍ଶ ଦେଇଛୁ, ଛାତ୍ରଛାତ୍ରୀମାନେ ମହାକାବ୍ୟ ବିଷୟରେ ଅଳ୍ପ ଜାଣିବା ଉଚିତ୍, ଯେପରି ରାମ କିଏ ଏବଂ ତାଙ୍କର ଉଦ୍ଦେଶ୍ୟ କ’ଣ ଥିଲା?

ଅବସରପ୍ରାପ୍ତ ଇତିହାସ ପ୍ରଫେସର ଇସାକ୍‌ କହିଛନ୍ତି, ଭାରତୀୟ ଇତିହାସର ୩ଟି ବର୍ଗୀକରଣ ହୋଇଛି। ତାହା ହେଲା, ପ୍ରାଚୀନ, ମଧ୍ୟକାଳୀନ ଓ ଆଧୁନିକ ଭାରତ। ପ୍ୟାନେଲ୍‌ ଇତିହାସକୁ ୪ଟି ଅବଧିରେ ବାଣ୍ଟିବାକୁ ମଧ୍ୟ ସୁପାରିଶ୍‌ କରିଛି। ତାହା ହେଲା, ଶାସ୍ତ୍ରୀୟ କାଳ, ମଧ୍ୟକାଳୀନ କାଳ, ବ୍ରିଟିଶ ଯୁଗ ଏବଂ ଆଧୁନିକ କଥା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.