Below header

ଗଜପତି ଜିଲ୍ଲାରେ ବାଘ ଆତଙ୍କ, ଗାଈ ମାରି ଖାଇଲା ବାଘ

ଗଜପତି ଜିଲ୍ଲାରେ ଏବେ ଦେଖା ଦେଇଛି ୨ଟି ବାଘର ଆତଙ୍କ । ପାରଳାଖେମୁଣ୍ଡି ସମେତ ସଂଲଗ୍ନବର୍ତ୍ତୀ ଆନ୍ଧ୍ରର ଗାଁରେ ଗତକାଲି ବିଳମ୍ବିତ ରାତିରୁ ଏକ ମହାବଳ ବାଘ ବୁଲୁଥିବା ଦେଖିବାକୁ ମିଳିଛି ।

ଗଜପତି ଜିଲ୍ଲାରେ ଏବେ ଦେଖା ଦେଇଛି ୨ଟି ବାଘର ଆତଙ୍କ । ପାରଳାଖେମୁଣ୍ଡି ସମେତ ସଂଲଗ୍ନବର୍ତ୍ତୀ ଆନ୍ଧ୍ରର ଗାଁରେ ଗତକାଲି ବିଳମ୍ବିତ ରାତିରୁ ଏକ ମହାବଳ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ରାୟଗଡ ବ୍ଲକ କୁମୁଳିସିଂ ଗାଁରେ ବାଘ ଆଉ ଏକ ଗାଈ ମାରି ଖାଇଛି ।

ପାରଳାଖେମୁଣ୍ଡି ଆଖପାଖ ଅଞ୍ଚଳରେ ଓଡ଼ିଶା ଓ ଆନ୍ଧ୍ର ବନ ବିଭାଗ ବାଘକୁ ଟ୍ରାକ କରୁଛନ୍ତି । ରାୟଗଡ଼ କୁମୁଳୁସିଂ ଗାଁରେ ନାରାୟଣପୁର ରେଞ୍ଜର ବନକର୍ମଚାରୀ ବାଘକୁ ଟ୍ରାକ କରିବା ଆରମ୍ଭ କରିଛନ୍ତି । ପାରଳାଖେମୁଣ୍ଡି ସମେତ ଆମରା, ରାଟିଣି ଗାଁ ଓ ରାୟଗଡ ବ୍ଲକର କୁମୁଳୁସିଂ ଗାଁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି ।

ପାରଳାଖେମୁଣ୍ଡି ନିକଟରେ ମହାବଳ ବାଘ ବୁଲୁଥିବା ବେଳେ ରାୟଗଡ କୁମୁଳୁସିଂରେ ଗାଈ ମାରିଥିବା ବାଘଟି ମହାବଳ ନା କଲରାପତରିଆ ତାହା ସ୍ପଷ୍ଟ ହୋଇନାହିଁ ବୋଲି ଗଜପତି ଡିଏଫଓ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.