Below header

କୋରାଇ ବେରୁଣୁପୁର ଗାଁରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

କୋରାଇ (କେନ୍ୟୁଜ୍) : ତାହାରପୁର ବେରୁଣୁପୁର ଗାଁରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକ ହେଉଛନ୍ତି ନବଘନ ପରିଡ଼ାଙ୍କ ରଞ୍ଜନ ପରିଡ଼ା । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ପତ୍ନୀ ଓ ତାଙ୍କ ବାପଘର ଲୋକେ ଝିଅର ଶ୍ୱଶୁର, ଦେଢଶୁର ଓ ଦିଅରଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି । ପୋଲିସ ଏତଲା ଗ୍ରହଣ କରିବାରେ ବିଳମ୍ବ କରିବାରୁ ମୃତକଙ୍କ ପତ୍ନୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଗୁରୁତର ଭାବେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସେପଟେ ମୃତକଙ୍କ ବଡ଼ ଭାଇ କହିଛନ୍ତି, ତାଙ୍କ ଭାଇ ଓ ବାପା ଜମିବାଡି ବିବାଦକୁ କେନ୍ଦ୍ର କରି ବାଡେଇ ହତ୍ୟା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.