ଜାଣନ୍ତୁ କିପରି ହୋଇଥିଲା ରାଧାଙ୍କ ମୃତ୍ୟୁ, କାହିଁକି ଏହାପରେ ଶ୍ରୀ କୃଷ୍ଣ ଭାଙ୍ଗିଥିଲେ ତାଙ୍କ ବଂଶୀ

ରାଧାଙ୍କ ବିଷୟରେ ଆଲୋଚନା କରାଯିବ ଏବଂ ଶ୍ରୀ କୃଷ୍ଣଙ୍କ କଥା ନଥିବ ଏହା କଣ ସମ୍ଭବ! ରାଧା କୃଷ୍ଣଙ୍କୁ ଦୁହିଁଙ୍କ ବିନା ଅଧା କୁହାଯାଇଥାଏ। ଏଣୁ ପୁରାଣଶାସ୍ତ୍ର ହେଉବା ଗୀତ ଗୋବିନ୍ଦ ସମସ୍ତ ସ୍ଥାନରେ ରାଧାଙ୍କ ସହ କୃଷ୍ଣଙ୍କ ନାମ ଯୋଡ଼ା ଯାଇଥାଏ। ପୌରାଣିକ ତଥ୍ୟ ଅନୁଯାୟୀ ରାଧାକୃଷ୍ଣ ଦୁହେଁ ଦୁହିଁଙ୍କ ପାଇଁ, ତାଙ୍କୁ କିଏ ମଧ୍ୟ ଅଲଗା କରିପାରିବେ ନାହିଁ। ମନ୍ଦିର ଏବଂ ସମସ୍ତ ସ୍ଥାନରେ ରାଧାକୃଷ୍ଣଙ୍କୁ ପୂଜା କରାଯାଇଥିଲେ ମଧ୍ୟ ଆପଣ ଜାଣିଛନ୍ତି କି ରାଧାଙ୍କ ମୃତ୍ୟୁ ପଛର ରହସ୍ୟ। କଣ ରହିଥିଲା ରାଧାଙ୍କ ଶେଷ ଇଛା ଏବଂ କିପରି ରହିଥିଲା କୃଷ୍ଣଙ୍କ ଅବସ୍ଥା ଯେତେବେଳେ ରାଧା ତାଙ୍କୁ ଛାଡ଼ି ପଳାଇଥିଲେ।

radha

ଯେତେବେଳେ କୃଷ୍ଣଙ୍କୁ ମଥୁରାକୁ ଆମନ୍ତ୍ରଣ କରାଯାଇଥିଲା ସେତେବେଳେ ପ୍ରଥମ ଥର ପାଇଁ ରାଧାକୃଷ୍ଣ ଅଲଗା ହୋଇଥିଲେ। କିନ୍ତୁ ବିଧିର ବିଧାନ କିଛି ଅଲଗା ହିଁ ଥିଲା, ଏଣୁ ପୁଣି ଥରେ ରାଧା ଏବଂ କୃଷ୍ଣଙ୍କର ମିଳନ ହୋଇଥିଲା। ରାଧାରାଣୀ କୃଷ୍ଣଙ୍କୁ ଦେଖା କରିବା ପାଇଁ ତାଙ୍କ ଦ୍ବାରିକା ନଗରୀରେ ପହଞ୍ଚିଯାଇଥିଲେ। ସେଠାରେ କୃଷ୍ଣ, ରାଧାଙ୍କୁ ଦେଖି ଖୁବ୍ ପ୍ରସନ୍ନ ହୋଇଯାଇଥିଲେ। ଦୁହେଁ ସେଠାରେ ସାଙ୍କେତିକ ଭାଷାରେ ଅନେକ ସମୟ କଥା ହୋଇଥିଲା। ପୁରାଣରେ ବର୍ଣ୍ଣିତ ଅଛି କି, ସେହି ସମୟରେ ଦ୍ବାରିକାରେ ରାଧାଙ୍କୁ କେହି ଚିହ୍ନି ନଥିଲେ। ତେଣୁ ରାଧାଙ୍କୁ କୃଷ୍ଣ ତାଙ୍କ ରାଜଭବନରେ ଦେବିକା ଭାବେ ନିଯୁକ୍ତ କରିଥିଲେ। ଏଣୁ ରାଧା ଦିନ ଯାକ ମହଲରେ ରହୁଥିଲେ ଏବଂ ମଝିରେ ମଝିରେ କୃଷ୍ଣଙ୍କୁ ଦେଖା କରୁଥିଲେ।

ଆହୁରି ପଢ଼ନ୍ତୁ : ଜନ୍ମାଷ୍ଟମୀ ଦୁଇ ଦିନ, ବ୍ରତ କେବେ ପାଳନ ? ଜାଣନ୍ତୁ

ବଢ଼ୁଥିବା ବୟସ ଏବଂ ବଦଳୁଥିବା ସମୟ ସହ ରାଧା, କୃଷ୍ଣଙ୍କୁ ଛାଡ଼ି ଯିବାକୁ ବାଧ୍ୟ ହୋଇଥିଲେ। ବିନା କୌଣସି ଲକ୍ଷ୍ୟରେ ରାଧା ବାହାରି ଯାଇଥିଲେ ଅଜଣା ରାସ୍ତାରେ । ଏକୁଟିଆ ଚାଲୁଥିବା ରାସ୍ତାରେ ହଠାତ ଏପରି ଏକ ମୂହୂର୍ତ୍ତ ଆସିଲା ଯେତେବେଳେ ରାଧା କୃଷ୍ଣଙ୍କ ଆବଶ୍ୟକତା ଲୋଡ଼ିଥିଲେ। ସେହି ସମୟରେ ରାଧା କୃଷ୍ଣଙ୍କୁ ସ୍ମରଣ କରିବା ମାତ୍ରେ ସେ ତାଙ୍କ ନିକଟରେ ଯାଇ ପହଞ୍ଚି ଯାଇଥିଲେ। କୃଷ୍ଣଙ୍କୁ ଦେଖି ରାଧାଙ୍କ ଖୁସିର ସୀମା ରହି ନଥିଲା କିନ୍ତୁ ସେହି ସମୟରେ ରାଧା ମୃତ୍ୟୁର ଅତି ନିକଟତର ହୋଇପଡ଼ିଥିଲେ। କୃଷ୍ଣ ରାଧାଙ୍କୁ ତାଙ୍କର ଶେଷ ଇଛା ପଚାରିଥିଲେ କିନ୍ତୁ ରାଧା କିଛି କହିନଥିଲେ। ଆଉଥରେ କୃଷ୍ଣ ପଚାରିବାରୁ ରାଧା ତାଙ୍କୁ ବଂଶୀ ବଜାଇବାକୁ ଅନୁରୋଧ କରିଥିଲେ। ଏହିପରେ କୃଷ୍ଣ ଶୋକଭର ହୋଇ ମଧୁର ବଂଶୀ ବଜାଇଥିଲେ। ଯାହାକୁ ଶୁଣିଶୁଣି ରାଧା ନିଜର ପ୍ରାଣ ତ୍ୟାଗ କରିଥିଲେ।

ଆହୁରି ପଢ଼ନ୍ତୁ : ଅନେକ ବର୍ଷ ପରେ ଏଭଳି ଦୁର୍ଲଭ ସଂଯୋଗରେ ଆସୁଛି ଜନ୍ମାଷ୍ଟମୀ

ସେହି ସମୟରେ ରାଧାଙ୍କୁ ନିଜଠୁ ଅଲଗା ହେଉଥିବା ଦୁଃଖରେ ମ୍ରିୟମାଣ ହୋଇ କୃଷ୍ଣ ନିଜର ବଂଶୀ ଭାଙ୍ଗି ଦେଇଥିଲେ। ଯେଉଁ ସ୍ଥାନରେ ରାଧା ନିଜର ମରଣ ପର‌୍ୟ୍ୟନ୍ତ କୃଷ୍ଣଙ୍କର ପ୍ରତିକ୍ଷା କରିଥିଲେ ଆଜି ତାହା ରାଧାରାଣୀ ମନ୍ଦିର ଭାବେ ପରିଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.