Below header

ହଟୁନି ମେଣ୍ଟ ସସ୍ପେନ୍ସ , ଆଜି କିମ୍ବା ଆସନ୍ତା କାଲି ହୋଇପାରେ ସ୍ପଷ୍ଟ

ବିଜେଡି-ବିପେଜି ମେଣ୍ଟ ହେବ ନା ହେବନି ? ଯଦି ହେବ ବିଧିବଦ୍ଧ ଘୋଷଣା କେବେ ହେବ ? ଏ ପର୍ଯ୍ୟନ୍ତ ଜାରି ରହିଛି ସସପେନ୍ସ। ଦିଲ୍ଲୀ ଉପରେ ରହିଛି ନଜର। ତେବେ ମେଣ୍ଟ ସମ୍ଭାବନା ବଢ଼ିଛି।

ଭୁବନେଶ୍ୱର (କେନ୍ୟୁଜ): ବିଜେଡି-ବିପେଜି ମେଣ୍ଟ ହେବ ନା ହେବନି ? ଯଦି ହେବ ବିଧିବଦ୍ଧ ଘୋଷଣା କେବେ ହେବ ? ଏ ପର୍ଯ୍ୟନ୍ତ ଜାରି ରହିଛି ସସପେନ୍ସ। ଦିଲ୍ଲୀ ଉପରେ ରହିଛି ନଜର। ତେବେ ମେଣ୍ଟ ସମ୍ଭାବନା ବଢ଼ିଛି। ୧୦ ଦିନରେ ୩ ଥର ଦିଲ୍ଲୀ ଗଲେଣି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ବିଜେପି ରାଜ୍ୟ ସଭାପତିଙ୍କ ବାରମ୍ବାର ଦିଲ୍ଲୀ ଗସ୍ତ ପଛରେ କଣ ରହିଛି ରହସ୍ୟ ତା ଉପରୁ ପରଦା ହଟୁନାହିଁ।

ରାଜ୍ୟ ବିଜେପି ନେତା ପୁଣି ଦିଲ୍ଲୀ ଯିବା ପରେ ମେଣ୍ଟ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଆସିବ ବୋଲି ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ବିଜେପିର ବରିଷ୍ଠ ନେତୃତ୍ବ ଏବେ ଦିଲ୍ଲୀରେ ଅଛନ୍ତି। ଦିଲ୍ଲୀରେ ବିଜେପିର ଶୀର୍ଷ ନେତୃତ୍ବ କଣ ନିଷ୍ପତ୍ତି ନେବେ ତାଉପରେ ସମସ୍ତଙ୍କର ନଜର ରହିଛି । ତେବେ ଆଜି କିମ୍ବା କାଲି ଭିତରେ ମେଣ୍ଟ ଚିତ୍ର ସ୍ପଷ୍ଟ ହୋଇପାରେ। ଏବେ ଉଭୟ ଦଳ ମେଣ୍ଟ ନେଇ ନିରବ ରହିଛନ୍ତି। .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.