ଜଗିଥିଲା ଯମ: ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ; ୬ ମୃତ, ୧୦ ଆହତ

ବର ଯାତ୍ରୀଙ୍କ ଉପରେ ମାଡ଼ିଗଲା କ୍ଷୀପ୍ର ବେଗରେ ଆସୁଥିବା ଏକ ଟ୍ରକ୍‌ । ଆଉ ତା’ ଚକା ତଳେ ଚାପି ହୋଇ ଘଟଣାସ୍ଥଳରେ ଆଖି ବୁଜିଲେ ୬ ବର ଯାତ୍ରୀ। ଏହି ଦୁର୍ଘଟଣାରେ ୧୦ ବର ଯାତ୍ରୀ ଗୁରୁତର ହୋଇଛନ୍ତି। ମଧ୍ୟ ପ୍ରଦେଶ ରାଇସେନ ଜିଲ୍ଲା ସୁଲତାନପୁରରେ ଘଟିଛି ଏପରି ଛାତିଥରା ଦୁର୍ଘଟଣା ।

ନୂଆଦିଲ୍ଲୀ : ବାଜୁଥିଲା ଡିଜେ, ଦୁଲୁକୁଥିଲା ରାସ୍ତା । ଗୀତର ତାଳେ ତାଳେ ନାଚୁଥଲେ ବରଯାତ୍ରୀ । କିନ୍ତୁ ହଠାତ୍‌ ସବୁ କିଛି ଓଲଟପାଲଟ ହୋଇଗଲା । ଆଖି ପିଛୁଳାକେ ଚାଲିଗଲା ୬ ଜୀବନ । ମଧ୍ୟ ପ୍ରଦେଶ ରାଇସେନ ଜିଲ୍ଲା ସୁଲତାନପୁରରେ ଘଟିଛି ଏପରି ଛାତିଥରା ଦୁର୍ଘଟଣା । ବିବାହ ପ୍ରୋସେସନ ଚାଲିଥିବା ବେଳେ ମାଡ଼ିଗଲା ଟ୍ରକ । ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ମଧ୍ୟ ପ୍ରଦେଶ ରାଇସେନ ଜିଲ୍ଲା ସୁଲତାନପୁରରେ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବିବାହ ପ୍ରୋସେସନ ଚାଲିଥିବା ବେଳେ ଟ୍ରକ ମାଡ଼ିଯାଇଛି । ନର୍ମଦାପୁରରୁ ଆସୁଥିବା ବରଯାତ୍ରୀ ରୋଷଣୀ କରି ନାଚଗୀତରେ ମସଗୁଲ ଥିବା ବେଳେ କ୍ଷୀପ୍ର ବେଗରେ ମାଡ଼ି ଆସୁଥିବା ଟ୍ରକ୍‌ ସେମାନଙ୍କ ଉପରେ ଚଢ଼ି ଯାଇଥିଲା ।

ଅନ୍ୟପଟେ ଲୋକଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରିଥିଲେ। ଘଟଣା ସ୍ଥଳରେ ପୋଲିସ୍‌ ପହଞ୍ଚି ଆହତଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରୁ ସେମାନଙ୍କୁ ଭୋପାଳସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଦୁର୍ଘଟଣା ଖବର ପାଇ ତୁରନ୍ତ ଜିଲ୍ଲାପାଳ ଓ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.