ଯାଜପୁର ଟାଉନ: ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ବଢୁଛି ସସପେନ୍ସ,, ଘଟଣା ସ୍ଥଳରୁ ଜବତ ହେଲା ସାଇକେଲ ଓ ଅନ୍ୟାନ୍ୟ ଜିନିଷ

ଯାଜପୁର ଟାଉନ (କେନ୍ୟୁଜ): ଯାଜପୁର ମଙ୍ଗଳପୁର ଥାନା ନନ୍ଦିପୁର ନିକଟସ୍ଥ ପୋଖରୀରୁ ନନ୍ଦିପୁର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଅମ୍ରିତାଙ୍କ ମୃତ୍ୟୁ ଘଟଣାକୁ ନେଇ ବଢୁଛି ସସପେନ୍ସ। ମୃତ ଦେହ ଉଦ୍ଧାର ଘଟଣା କୁ ୩ ଦିନ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ମୃତ୍ୟୁ ରହସ୍ୟ ଉନ୍ମୋଚନ କରି ପାରିନି ପୋଲିସ। ପୋଲିସ ଘଟଣା ସ୍ଥଳରୁ ଛାତ୍ରୀଙ୍କ ସାଇକେଲ ଓ ଅନ୍ୟାନ୍ୟ ଜିନିଷ ଜବତ କରିବା ସହିତ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଜାରି ରଖିଛି ।

ଅନ୍ୟପଟେ ମୃତ ଛାତ୍ରୀ ଅମ୍ରିତାଙ୍କ ଟ୍ୟୁସନ ଯିବା ବେଳର ଦୃଶ୍ୟ ଏକ ସିସିଟିଭି ଫୁଟେଜରୁ କଏଦ ହୋଇଛି । ଛାତ୍ରୀ ଜଣଙ୍କ ଦିନ ୩ଟା ୨୦ମିନିଟ ୨୯ ସେକେଣ୍ଡ ରେ ଉତ୍ତଙ୍ଗରା ପଂଚାୟତ ବରୀକୁଳ ଗ୍ରାମରେ ଥିବା ତାଙ୍କ ଘରୁ ବାହାରି ନନ୍ଦିପୁର ବାଵଳପୁରକୁ ଟିଉସନ ଯିବା ସମୟର ଚିତ୍ର କଏଦ ହୋଇଛି । ସେପଟେ ଗତକାଲି ଯାଜପୁର ଏସପି ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ସେପଟେ ମୃତା ଛାତ୍ରୀ ଅମ୍ରିତା ଦାସଙ୍କ ପରିବାର ରେ ଏବେ ଶୋକ ର ମାହୋଲ ସୃଷ୍ଟି ହୋଇଛି। ପରିବାର ଲୋକେ ଘଟଣା କୁ ହତ୍ୟା ଅଭିଯୋଗ କରିଥିବା ବେଳେ ପୋଲିସ କେବଳ ଶବ ବ୍ୟବଚ୍ଛେଦ ଓ ସାଇଣ୍ଟିଫିକ ଟିମ ର ରିପୋର୍ଟକୁ ଅପେକ୍ଷା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.