Below header

ତୃତୀୟ ଦିନରେ ସ୍କୁଲ କଲେଜ ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚ ଧାରଣା

ଭୁବନେଶ୍ବର(କେନ୍ୟୁଜ୍) : ଜିଦରେ ଅଟଳ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚ । ଭୁବନେଶ୍ୱର ଲୋୟର ପିଏମଜିରେ ମଞ୍ଚ ପକ୍ଷରୁ ଚାଲିଥିବା ଧାରଣା ତୃତୀୟ ଦିନରେ ପହଞ୍ଚିଛି । ସର୍ତ୍ତମୂଳକ ଅନୁଦାନ ପ୍ରତ୍ୟାହାର, ଯୋଗ୍ୟ ବିବେଚିତ ଦିନଠାରୁ ପୂର୍ଣ୍ଣ ଅନୁଦାନ ସହ ଚାକିରି ସର୍ତ୍ତାବଳୀ ଆଦି ପ୍ରଦାନ ଦାବି ନେଇ ହଜାର ହଜାର ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଦାବି ପୂରଣ ପଯ୍ୟର୍ନ୍ତ ଆନ୍ଦୋଳନ ଚାଲିବ ବୋଲି ମିଳିତ ମଞ୍ଚ କହିଛି । ରାଜ୍ୟ ସରକାର ବ୍ଲକଗ୍ରାଣ୍ଟକୁ ଉଚ୍ଛେଦ କରି ନୂଆ ଆଇନ ପ୍ରଣୟନ କରିଛନ୍ତି । ଯାହାକୁ ସଂଘ ପ୍ରତ୍ୟାଖାନ କରିଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ସ୍ଥିତି ଭୟାବହ ହେବ ବୋଲି ମଞ୍ଚ ତରଫରୁ ଚେତାବନୀ ଦିଆଯାଇଛି । ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି, ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରାଯିବ ।

ଆଗକୁ ପଢ଼ନ୍ତୁ : ଛେଳି ଗିଳିଥିବା ଅଜଗରକୁ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.