Below header

ସ୍କୁଲରେ ତାଲା ପକାଇ ରାଜରାସ୍ତାରେ ଛାତ୍ରଛାତ୍ରୀ

ନବରଙ୍ଗପୁର(କେନ୍ୟୁଜ୍) : ସ୍କୁଲ ଗେଟରେ ତାଲା ପକାଇ ରାଜରାସ୍ତାରେ ବସିଲେ ଛାତ୍ରଛାତ୍ରୀ । ନବରଙ୍ଗପୁର ଜିଲ୍ଲା ଚଟାହାଣ୍ଡି ହାଇସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ ତାତିଛନ୍ତି । ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ଦାବି କରି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ଶତାଧିକ ଛାତ୍ରଛାତ୍ରୀ । ସେମାନଙ୍କ ଅଭିଯଯୋଗ, ଶିକ୍ଷକମାନେ ପାଠ ପଢାଇବା ବଦଳରେ ସ୍କୁଲରେ ଭୋଜିଭାତ କରି ଆସର ଜମାଉଛନ୍ତି । କୌଣସି ଶିକ୍ଷକ ଠିକ୍ ସମୟରେ ସ୍କୁଲ ଆସୁନାହାନ୍ତି । ଘଟଣାସ୍ଥଳରେ ନବରଙ୍ଗପୁର ବିଡିଓ ପହଞ୍ଚି ବୁଝାସୁଝା କରିଥିଲେ । ୬ବର୍ଷରୁ ଅଧିକ ସମୟ ରହିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବଦଳି ଏବଂ ଉତ୍ତମ ଶିକ୍ଷାଦାନର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.