Below header

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ : ୯ଟି ନିର୍ଦ୍ଦେଶକୁ କାର୍ୟ୍ୟକାରୀ କରାଯିବ

ପୁରୀ(କେନ୍ୟୁଜ୍) : ପୁରୀ ଶ୍ରୀମନ୍ଦିର ସଂସ୍କାର ଓ ପରିଚାଳନା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ୟ୍ୟକାରୀ କରାଯିବ । ୧୨ଟି ନିର୍ଦ୍ଦେଶ ମଧ୍ୟରୁ ୯ଟି ପାଳନ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ପୂର୍ବରୁ ଏନେଇ ଛତିଶାନିଯୋଗ ବୈଠକରେ ସହମତି ପ୍ରକାଶ ପାଇଥିଲା । ସେହିପରି ଅନ୍ୟ ୩ଟି ପ୍ରସ୍ତାବ ଉପରେ ତର୍ଜମା ପାଇଁ ଏକ ଉଚ୍ଚସ୍ତରୀୟ ସବ୍-କମିଟି ଗଠନ କରାଯାଇଛି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବିଚାରବିମର୍ଶ । ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୨ଟି ନିର୍ଦ୍ଦେଶ ପାଳନ ନେଇ ଆଲୋଚନା କରାଯାଇଥିଲା । ନିଷ୍ପତ୍ତି ହୋଇଛି, ଛତିଶା ନିଯୋଗ ବୈଠକରେ ସହମତି ହୋଇଥିବା ୯ଟି ନିର୍ଦ୍ଦେଶକୁ କାର୍ୟ୍ୟକାରୀ କରାଯିବ । ଏହା ଉପରେ ମୋହର ମାରିଛି ପରିଚାଳନା କମିଟି । ତେବେ ରୋଷଘର ପରିଚାଳନା ଓ ଗାଇଡ୍ଙ୍କ ପରିଚୟପତ୍ର ନେଇ ଅଧିକ ଆଲୋଚନା ପାଇଁ ୨ଟି ସବ୍ କମିଟି ଗଠନ କରାଯାଇଛି । ନିର୍ଦ୍ଦେଶ ପାଳନ ସଂକ୍ରାନ୍ତ ସତ୍ୟପାଠ ଦାଖଲ ପାଇଁ ସୁପ୍ରିମକୋର୍ଟଙ୍କୁ ଅଧିକ ସମୟ ମଗାଯିବ ।

ଆଗକୁ ପଢ଼ନ୍ତୁ : ୩ଟି ଦେଶରେ ମେକ୍ ଇନ୍ ଓଡ଼ିଶା ପାଇଁ ରୋଡ୍ ସୋ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ବଂଶାନୁକ୍ରମିକ ସେବା ଉଚ୍ଛେଦ, ଦାନଦକ୍ଷିଣା ବନ୍ଦ ଓ ଶ୍ରୀମନ୍ଦିର ଆଇନରେ ସଂଶୋଧନ ପ୍ରସ୍ତାବରେ ସହମତି ହୋଇ ପାରୁ ନାହିଁ । ଏହି ୩ଟି ପ୍ରସ୍ତାବର ତର୍ଜମା ପାଇଁ ଏକ ଉଚ୍ଚସ୍ତରୀୟ ସବ୍ କମିଟି ଗଠନ କରାଯାଇଛି । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍ପି ଓ ପରିଚାଳନା କମିଟି ସଦସ୍ୟ ଅଛନ୍ତି । ଅନ୍ୟ ଏକ ନିଷ୍ପତ୍ତି ଅନୁସାରେ, ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମାଠାରୁ ନିଳାଦ୍ରୀ ବିଜେ ଯାଏ ସମସ୍ତ ସିସିଟିଭି ଫୁଟେଜ୍ର ଯାଞ୍ଚ କରାଯିବ । ବ୍ୟବସ୍ଥାର ଉଲ୍ଲଂଘନ କରିଥିବା ୨୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବାକୁ ନିଷ୍ପତ୍ତି ହୋଇଛି । ସେହିପରି ସେପ୍ଟେମ୍ବର ସୁଦ୍ଧା ବ୍ରହ୍ମ ବିଭ୍ରାଟ ସମ୍ପର୍କିତ ରିପୋର୍ଟ ଦେବାକୁ ଏସମ୍ପର୍କିତ ସବ୍ କମିଟିକୁ ନିର୍ଦ୍ଦେଶ ଦେଇଛି ପରିଚାଳନା କମିଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.