Below header

ସୋମବାର ଠୁ ଆରମ୍ଭ ଓଡ଼ିଶା ପିସିସି ପକ୍ଷରୁ ଟିକେଟ ବିତରଣ ପ୍ରକ୍ରିୟା 

ଭୁବନେଶ୍ବର (କେନ୍ୟୁଜ୍) : ସୋମବାର ଠାରୁ ରାଜ୍ୟ ପିସିସି ପକ୍ଷରୁ ଆରମ୍ଭ ହେବ ଟିକେଟ ବିତରଣ ପ୍ରକ୍ରିୟା। ଦିଲ୍ଲୀରେ ଅନୁଷ୍ଠିତ ଏଆଇସିସି କାର୍ୟ୍ୟକାରୀ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଓଡିଶାରୁ ପିସିସି ସଭାପତି, ବିରୋଧୀ ଦଳ ନେତା ଓ ରାଜ୍ୟ କଂଗ୍ରେସ ପ୍ରଭାରୀ ଯୋଗଦେଇଥିଲେ ।

୨୦୧୯ ନିର୍ବାଚନ ପାଇଁ କଂଗ୍ରେସର ସଜବାଜ । ଦିଲ୍ଲୀରେ ଏଆଇସିସିସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଓଡ଼ିଶା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି । ସୋମବାରଠୁ ଓଡ଼ିଶା ପିସିସି ପକ୍ଷରୁ ଆରମ୍ଭ ହେବ ଟିକେଟ ବିତରଣ ପ୍ରକ୍ରିୟା । ସେହିପରି ଆସନ୍ତାକାଲି ଠାରୁ ତିନି ଦିନ ଧରି ରାଜ୍ୟ କଂଗ୍ରେସ କାର୍ୟ୍ୟାଳୟରେ ବସିବ ଗୁରୁତ୍ୱପୁର୍ଣ୍ଣ ବୈଠକ । ନବ ଗଠିତ ପିସିସି କମିଟି, ଜିଲ୍ଲା କଂଗ୍ରେସ ଓ ଦଳୀୟ ନିର୍ବାଚନ କମିଟି ସଦସ୍ୟମାନେ ବୈଠକରେ ଯୋଗ ଦେବେ । ଆଗାମୀ ନିର୍ବାଚନ ରଣନୀତି ଓ ପ୍ରଚାର ସଂପର୍କରେ ଆଲୋଚନା କରାଯିବ । ପିସିସି ନୂଆ ଟିମକୁ ନେଇ କୌଣସି ମତଭେଦ ନଥିବା କହିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ।

ଆଗକୁ ପଢ଼ନ୍ତୁ : ଦିଲ୍ଲୀରୁ ଫେରିବା ବେଳେ ବାଜପେୟୀଙ୍କ ସ୍ମୃତି ଚାରଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଜ୍ୟର ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୨୧ଟି ଲୋକସଭା ମଣ୍ଡଳୀ ପାଇଁ ନୂଆ ଟିମରେ ସ୍ୱତନ୍ତ୍ର ପ୍ରତିନିଧି ରଖାଯାଇଛି । ଖୁବ ଶୀଘ୍ର ଘୋଷଣା ହେବ ପିସିସି ପ୍ରଭାରୀ ଟିମ୍ । ଏଥିରେ ୨୫ ଜଣ ସଦସ୍ୟ ରହିବେ । ଅଭିଜ୍ଞ ଓ ବରିଷ୍ଠଙ୍କୁ ସ୍ଥାନ ମିଳିବ । ସେମାନେ ନିର୍ବାଚନ ପରିଚାଳନା କରିବେ ବୋଲି କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ।ରାଜ୍ୟରେ ନିଜର ପୂର୍ବ ସ୍ଥିତି ଫେରିବାକୁ ଉଦ୍ୟମ ଆରମ୍ଭ କରିଛି କଂଗ୍ରେସ । ସେଥିପାଇଁ ଦଳ ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.