Below header

ଜାଲ ସାର୍ଟିଫିକେଟରେ ୨୦୧୨ରୁ କରୁଥିଲେ ଚାକିରି, ଏବେ ବନ୍ଧା ହେଲେ ଶିକ୍ଷୟିତ୍ରୀ

ଜାଲ୍ ସାର୍ଟିଫିକେଟରେ ଚାକିରି କରି ବନ୍ଧା ହେଲେ ଶିକ୍ଷୟିତ୍ରୀ । ବଲାଙ୍ଗିର ପୁଇଁତଳା ଥାନା ରଣ୍ଡା ହାଇସ୍ୁଲର ହିନ୍ଦୀ ଶିକ୍ଷୟିତ୍ରୀ ମୃମୟୀ ପଣ୍ଡାକୁ ଗିରଫ କରିଛି ଵଲାଙ୍ଗିର ଟାଉନ ପୋଲିସ । ଜାଲ ସାର୍ଟିଫିକେଟରେ ୨୦୧୨ରୁ ଚାକିରି କରୁଥିବା ଵଲାଙ୍ଗିର ଡିଇଓ ଙ୍କ ଅଭିଯୋଗ ଆଧାରରେ ଗିରଫ କରାଯାଇଛି ।

ବଲାଙ୍ଗିର (କେନ୍ୟୁଜ): ଜାଲ୍ ସାର୍ଟିଫିକେଟରେ ଚାକିରି କରି ବନ୍ଧା ହେଲେ ଶିକ୍ଷୟିତ୍ରୀ । ବଲାଙ୍ଗିର ପୁଇଁତଳା ଥାନା ରଣ୍ଡା ହାଇସ୍ୁଲର ହିନ୍ଦୀ ଶିକ୍ଷୟିତ୍ରୀ ମୃମୟୀ ପଣ୍ଡାକୁ ଗିରଫ କରିଛି ଵଲାଙ୍ଗିର ଟାଉନ ପୋଲିସ । ଜାଲ ସାର୍ଟିଫିକେଟରେ ୨୦୧୨ରୁ ଚାକିରି କରୁଥିବା ଵଲାଙ୍ଗିର ଡିଇଓ ଙ୍କ ଅଭିଯୋଗ ଆଧାରରେ ଗିରଫ କରାଯାଇଛି । ଏଥିସହ ବିଭିନ୍ନ ହାଇସ୍କୁଲର ଆଉ ତିନିଜଣ ଶିକ୍ଷକଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏମାନେ ସମସ୍ତେ ଜାଲ୍ ସାର୍ଟିଫିକେରେ ଚାକିରି ହାତେଇଥିବା ଅଭିଯୋଗ ହୋଇଛି । ଏବେ ଅନ୍ୟମାନେ ଫେରାର ଥିବା ଜଣାପଡିଛି ।

ତେବେ କିପରି ଜାଲ ସାର୍ଟିଫିକେଟ ତିଆରି ହୋଇଛି ଏନେଇ ତଦନ୍ତ କରୁଛି ପୋଲିସ । ପୂର୍ବରୁ ଵଲାଙ୍ଗିରର ନକଲି ସାର୍ଟିଫିକେଟ ଘଟଣା ଚର୍ଚ୍ଚାରେ ଥିବା ବେଳେ ୧୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.