ବାପା ମଦ ନିଶାରେ ପୁଅକୁ ପ୍ଲେନ ଚଲାଇବାର ଦେଉଥିଲା ଇନଷ୍ଟ୍ରକସନ, ଦାୟିତ୍ୱହୀନତାରୁ ପ୍ଲେନ କ୍ରାଶରେ ମରିଗଲେ

ଭିଡ଼ିଓରେ ବ୍ରାଜିଲିଆନ ବ୍ୟକ୍ତି ମଦ ନିଶାରେ ଥିବା ବେଳେ ତାଙ୍କ ୧୧ ବର୍ଷର ପୁଅ ପ୍ଲେନଟି ଉଡାଉଛନ୍ତି। ସୂଚନା ଅନୁସାରେ ଏହା ତାଙ୍କର ପ୍ରାଇଭେଟ ଜେଟ୍‌। ଆଉ ଖବର କେବଳ ଏତିକି ରେ ସରିନି। ସୂଚନା ଅନୁସାରେ ଦୁହିଁଙ୍କର ଏହି ଖାମଖିଆଲ ମନୋଭାବ ପାଇଁ ମୃତ୍ୟୁ ମଧ୍ୟ ହୋଇଛି। ସେଠାକାର ମିଡ଼ିଆ ରିପୋର୍ଟ ଅନୁସାରେ ଭିଡ଼ିଓରେ ଥିବା ବ୍ୟକ୍ତି ଜଣକ ଗେରାନ ମାଇୟା ଓ ତାଙ୍କ ପୁଅ ଫ୍ରାନ୍ସିକୋ ମାଇୟା ଗତ ୨୯ ଜୁଲାଇରେ ବ୍ରାଜିଲଲର ଏକ ଜଙ୍ଗଲରେ ବିମାନ ଦୁର୍ଘଟଣା ଗ୍ରସ୍ତ ହେବାରୁ ମୃତ୍ୟୁ ହୋଇଛି। ଯାହାର ଠିକ କିିଛି ସମୟ ପୂର୍ବରୁ ଗେରାନ ଭିଡ଼ିଓ ସୁଟ୍‌ କରି ଏହାକୁ ପୋଷ୍ଟ କରିଥିଲେ।

ସୋସିଆଲ ମିଡ଼ିଆରେ ଏପରି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହା ଆପଣଙ୍କୁ ବିଚଳିତ କରିଦେବ। ବ୍ୟକ୍ତି ଜଣକ ମଦ ନିଶାରେ ଚୁର୍‌ ହୋଇ ପ୍ଲେନ ଉଡ଼ାଉଛନ୍ତି। ନିଜେ ନୁହଁ ବରଂ ନିଜ ୧୧ ବର୍ଷର ପୁଅକୁ ଏହି ପ୍ଲେନକୁ ଉଡାଇବାର ପର୍ମିସନ ଦେବା ସହ ଇନଷ୍ଟ୍ରକସନ୍‌ ମଧ୍ୟ ଦେଉଛନ୍ତି। ଆଜ୍ଞା ପ୍ଲେନ ଉଡ଼ାଇବା ଯଦି ସହଜ କଥା ହୋଇଥାନ୍ତା ତେବେ ଏହାକୁ ତ ସମସ୍ତେ ଗାଡ଼ି ଭଳି ଚଲାନ୍ତେ। ପ୍ଲେନ ଚଲାଇବା ପାଇଁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଏ । ଏଥିରେ ପାସ୍‌ ହେଲେ ଜଣେ ପାଇଲଟ ବନେ ଯିଏ କି ପ୍ଲେନ ଉଡାଇବା ପାଇଁ ଯୋଗ୍ୟ ହୋଇଥାଏ। ଏଥିରେ ବହୁତ କିଛି ଜିନିଷ ଜାଣିବାର ଥାଏ, ଗାଡ଼ି ଚଲାଇବା ଭଳି ଏହା ସହଜ କଥା ନୁହେଁ।

କିନ୍ତୁ ଭିଡ଼ିଓରେ ଆପଣ ଦେଖିପାରୁଥିବେ ପ୍ଲେନର ପାଇଲଟଙ୍କୁ… ନା ଅଛି ଜ୍ଞାନ ନା ହିଁ ଯୋଗ୍ୟତା, ନିଜ ବାପାଙ୍କ କଥାକୁ ଶୁଣି ମନମାନି କରିଚାଲୁଛନ୍ତି। ଆଉ ଏ ବାପାଙ୍କୁ ବି ଧନ୍ୟ। ପାଖରେ ପୁଅକୁ ବସାଇ ମଦ ନିଶାରେ ଚୁର୍‌ ହୋଇ ଲାଇଭ ଭିଡ଼ିଓ କରୁଛନ୍ତି।

 

View this post on Instagram

 

A post shared by India Today (@indiatoday)

ଏହା ଏବେ ସୋସିଆଲ ମିଡ଼ିଆରେ ସମସ୍ତଙ୍କୁ ବ୍ୟଥିତ କରୁଛି। ଭିଡ଼ିଓରେ ବ୍ରାଜିଲିଆନ ବ୍ୟକ୍ତି ମଦ ନିଶାରେ ଥିବା ବେଳେ ତାଙ୍କ ୧୧ ବର୍ଷର ପୁଅ ପ୍ଲେନଟି ଉଡାଉଛନ୍ତି। ସୂଚନା ଅନୁସାରେ ଏହା ତାଙ୍କର ପ୍ରାଇଭେଟ ଜେଟ୍‌। ଆଉ ଖବର କେବଳ ଏତିକି ରେ ସରିନି। ସୂଚନା ଅନୁସାରେ ଦୁହିଁଙ୍କର ଏହି ଖାମଖିଆଲ ମନୋଭାବ ପାଇଁ ମୃତ୍ୟୁ ମଧ୍ୟ ହୋଇଛି। ସେଠାକାର ମିଡ଼ିଆ ରିପୋର୍ଟ ଅନୁସାରେ ଭିଡ଼ିଓରେ ଥିବା ବ୍ୟକ୍ତି ଜଣକ ଗେରାନ ମାଇୟା ଓ ତାଙ୍କ ପୁଅ ଫ୍ରାନ୍ସିକୋ ମାଇୟା ଗତ ୨୯ ଜୁଲାଇରେ ବ୍ରାଜିଲଲର ଏକ ଜଙ୍ଗଲରେ ବିମାନ ଦୁର୍ଘଟଣା ଗ୍ରସ୍ତ ହେବାରୁ ମୃତ୍ୟୁ ହୋଇଛି। ଯାହାର ଠିକ କିିଛି ସମୟ ପୂର୍ବରୁ ଗେରାନ ଭିଡ଼ିଓ ସୁଟ୍‌ କରି ଏହାକୁ ପୋଷ୍ଟ କରିଥିଲେ।

ଭିଡ଼ିଓରେ ଆପଣ ଦେଖିପାରୁଥିବେ କିପରି ଗେରାନ ମଦ ବୋତଲ ଧରି ନିଜ ପୁଅକୁ ଇନଷ୍ଟ୍ରକସନ ଦେଉଛନ୍ତି । ଆଉ ପୁଅ ବି ଠିକ ସେପରି କରୁଛି। କିନ୍ତୁ ପ୍ଲେନ ଉଡାଇବା ପିଲା ଖେଳ ନୁହେଁ। ନିୟନ୍ତ୍ରଣ ବାହାରକୁ ଆସିବା ପରେ ତାହା କ୍ରାଶ ହୋଇଯାଇଥିବାର ସୂଚନା ମିଳିଛି।

ଅଧିକାରୀ ଏହାକୁ ନେଇ ଏବେ ଯାଞ୍ଚ କରୁଛନ୍ତି ଯେ ଭିଡ଼ିଓ ଦୁର୍ଘଟଣା ପୂର୍ବରୁ ହୋଇଥିଲା ନା ନାହିଁ। କଣ ବିମାନ ଦୁର୍ଘଟଣା ସମୟରେ ପୁଅ ପ୍ଲେନ ଉଡାଇଥିଲା ନା ତାଙ୍କ ବାପା? ତେବେ ଅନେକ ଙ୍କ ମତରେ ଏହା ବାପାଙ୍କ ଦାୟିତ୍ୱହୀନତା ପାଇଁ ଘଟିଛି। ସବୁଠୁ ୁବଡ଼ ଦୁଃଖର କଥା ବାପା ପୁଅଙ୍କ ମୃତ୍ୟୁ କୁ ସହିନପାରି ପତ୍ନୀ ଏନା ପ୍ରେଡୋନିକ ଗତ ୧ ଅଗଷ୍ଟରେ ଆତ୍ମହତ୍ୟା କରିଦେଲେ।
ବ୍ରାଜିଲର ନିୟମ ଅନୁସାରେ ୧୮ ବର୍ଷରୁ ଉଦ୍ଦ୍ଵର୍ ବ୍ୟକ୍ତି ପ୍ଲେନ ଉଡାଇବା ପାଇଁ ଅନୁମତି ମିଳିଥାଏ, ଏମାନେ ହାଇସ୍କୁଲ ଶେଷ କରିବା ସହ ରାଷ୍ଟ୍ରୀୟ ନାଗରିକ ଉଡ୍ଡାଣ ଏଜେନ୍ସିରେ ନାମ ପଞ୍ଜିକୃତ କରିଥିବା ଦରକାର। ଆଉ କେହି ବି ନିୟମ ଭାଙ୍ଗିଲେ ଦଣ୍ଡ ଦିଆଯିବ।

ତେଣୁ ଏଭଳି ଭୁଲ କରିବା ଆଦୌ ଉଚିତ ନୁହେଁ। ମନୋରଞ୍ଜନ ପାଇଁ ଏମିତି କିଛି କଲେ ନିଜକୁ ମରଣ ମୁହଁକୁ ଠେଲିବା ସହ ସମାନ। ଦାୟିତ୍ୱହୀନ ଭାବେ ଏଭଳି କିଛି କାମ କରନ୍ତୁ ନାହିଁ ଯାହା ଆପଣଙ୍କ ପରିବାରକୁ ନଷ୍ଟ କରିଦେବ।