କୋଲକତା ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ନିଆଁ, ଜଳିପୋଡି ଛାରଖାର ହୋଇଗଲା ଡ୍ରେସିଂ ରୁମ୍
ବିଶ୍ୱକପ ପୂର୍ବରୁ ଇଡେନ ଗାର୍ଡେନ୍ସ ଷ୍ଟାଡିୟମକୁ ରିନୋଭେସନ କରାଯାଉଥିଲା । ଏହି ସମୟରେ ନିଆଁ ଲାଗି ଷ୍ଟାଡିୟମର ଡ୍ରେସିଂ ରୁମ ସଂପୂର୍ଣ୍ଣ ଭାବେ ଜଳିପୋଡି ଯାଇଛି । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି ।

କୋଲକତା ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ନିଆଁ ଲାଗିଛି । ନିଆଁରେ ଷ୍ଟାଡିୟମର ଡ୍ରେସିଂ ରୁମ୍ ସଂପୂର୍ଣ୍ଣ ଭାବେ ଜଳିଯାଇଛି । ନିଆଁ ଲିଭାଇବାକୁ ଷ୍ଟାଡିୟମରେ ଅଗ୍ନିଶମ ଗାଡି ନିୟୋଜିତ ହୋଇଛି। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି ।
ଅକ୍ଟୋବର ୫ରୁ ବିଶ୍ୱକପ ୨୦୨୩ ମ୍ୟାଚ ଆରମ୍ଭ ହେବାକୁ ଯାଉଥିବା ବେଳେ ରିନୋଭେସନ କାମ ଚାଲିଥିଲା । ଆଉ ହଠାତ୍ ନିଆଁ ଲାଗିବା ଯୋଗୁଁ ଡ୍ରେସିଂ ରୁମ ସଂପୂର୍ଣ୍ଣ ଭାବେ ପାଉଁଶ ହୋଇଯାଇଛି । ଡ୍ରେସିଂରୁମରେ ଥିବା ସବୁ ଜିନିଷ ପୋଡିଯାଇଛି । ତେବେ ଘଟଣାରେ କେହି ହତାହତ ହୋଇନଥିବା ଖବର ମିଳିଛି ।
Fire at Eden Gardens dressing room on Wednesday night when the renovation work was going on before #Cricket World Cup 2023. #WorldCup2023
Stadium Staff informed the fire dept, 2 fire tenders were rushed to douze the fire . Now #FIRE is under control.#Kolkata #EdenGarden pic.twitter.com/AcTOFCTNKv— Bharat Verma 🇮🇳💯 (@Imbharatverma) August 10, 2023
ତେବେ ନିଆଁ ବୁଧବାର ରାତି ୧୨ଟାରେ ଲାଗିଥିବା କୁହାଯାଉଛି । ନିଆଁ ଲାଗିବା ପରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି । ରିନୋଭେସନ କାମ ଚାଲିଥିବା ବେଳେ ନିଆଁ ଲାଗିଯାଇଥିଲା । ଡ୍ରେସିଂ ରୁମରେ ଥିବା କ୍ରିକେଟ ଉପକରଣ ପୋଡି ଯାଇଛି । ତେବେ ନିଆଁ କେମିତି ଲାଗିଲା ଯାଞ୍ଚ ଚାଲିଛି । ଏଠାରେ ବିଶ୍ୱକପ ୨୦୨୩ର ମ୍ୟାଚ୍ ୨୮ ଅକ୍ଟୋବରରେ ହେବାକୁ ରହିଛି । ଏଠାରେ ସେମିଫାଇନାଲ ସହିତ ୫ଟି ମ୍ୟାଚ୍ ଖେଳାଯିବ । ତେଣୁ ଷ୍ଟାଡିୟମ କାମ ଜୋରସୋରରେ ଚାଲିଥିଲା । ଆଉ ଏହି ଘଟଣା କ୍ରିକେଟ ଆସୋସିଏସନ ଅଫ ବଙ୍ଗାଳର ଚିନ୍ତା ବଢାଇଦେଇଛି । ସିଏବିର ସଚିବ ଦେବବ୍ରତ ଦାସ ଷ୍ଟାଡିୟମରେ ପହଞ୍ଚି ତଦାରଖ କରୁଛନ୍ତି ।