Below header

ଘରୋଇ କାମରେ ବିଳମ୍ବ ଯୋଗୁଁ ଛାତ୍ରକୁ ଚପଲରେ ମାରିଲେ ଶିକ୍ଷକ

ସୁନ୍ଦରଗଡ଼ (କେନ୍ଯୁଜ୍) : ରାସ୍ତାରେ ଛାତ୍ରଙ୍କୁ ଚପଲରେ ମାଡ ମାରି ଶିକ୍ଷକ ନିଲମ୍ବିତ । ଘରୋଇ କାମରେ ସାମାନ୍ୟ ବିଳମ୍ବ ହେବାରୁ ଦୁଇ ଜଣ ଛାତ୍ରଙ୍କୁ ଚପଲରେ ମାଡ ମାରିଥିଲେ ଶିକ୍ଷକ । ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଲେଫ୍ରିପଡା ବ୍ଳକ ଡୁମାବାହାଲ ଗାଁର ବାସୁଦେବ ନୋଡାଲ ହାଇସ୍କୁଲରେ ।

student

ସ୍କୁଲର ଦୁଇ ଜଣ ଛାତ୍ର ପାଖରେ ଥିବା ଏକ ଦୋକାନକୁ ଜାତିଗତ ପ୍ରମାଣ ପତ୍ର ବାହାର କରିବା ପାଇଁ ଯାଉଥିଲେ । ଏହି ସମୟରେ ଡୁମାବାହାଲ କ୍ଳଷ୍ଟର ସିଆରସିସି ଏମାନଙ୍କୁ ନିଜ ଘର ପାଇଁ ପରିବା ଆଣିବାକୁ ପଠାଇଥିଲେ । ପରିବା ଆଣିବାରେ ବିଳମ୍ବ ହେବାରୁ ସଂପୃକ୍ତ ସିଆରସିସି ଉଭୟ ଛାତ୍ରଙ୍କୁ ଚପଲରେ ମାଡ ମାରିଥିଲେ । ଘଟଣାର ତଦନ୍ତ କରି ଲେଫ୍ରିପଡା ବ୍ଳକ ଶିକ୍ଷାଧିକାରୀ ସଂପୃକ୍ତ ସିଆରସିସିଙ୍କୁ ନିଲମ୍ବନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.