Below header

ଖୋର୍ଦ୍ଧା: ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡ ଦେଲେ ଶିକ୍ଷକ, ଖେଳ ପିରିୟଡରେ ଫୁଟବଲ ଖେଳିବା ବେଳେ ମରିଲେ ମାଡ

ଭୁବନେଶ୍ବର(କେନ୍ୟୁଜ୍): ଖେଳ ପିରିୟଡରେ ଖେଳିବାରୁ ପିଲାଙ୍କୁ ମାଡ ମାରିଲେ ଉର୍ଦ୍ଦୁ ଶିକ୍ଷକ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ବନମାଳୀପୁର ସରକାରୀ ଉଚ୍ଚ ବିଦ୍ୟାଳୟରୁ । ଅଷ୍ଟମ ଶ୍ରେଣୀର ପିଲା ଖେଳ ପିରିୟଡରେ ପିଲାମାନେ ଫୁଟବଲ ଖେଳିଥିଲେ । ଏଥିରେ କ୍ଲାସ ଦାୟିତ୍ୱରେ ଥିବା ଉର୍ଦ୍ଦୂ ଶିକ୍ଷକ ରାଗିଯାଇ ଏକ ଆମ୍ବଡାଳରେ ପିଲାଙ୍କୁ ମାଡ ମାରିବା ସହ ଗାଳି ଗୁଲଜ କରିଥିଲେ । ଏପରିକି କ୍ଲାସ ଭିତରେ ମଧ୍ୟ ପିଲାଙ୍କୁ ମାଡ ମାରିଥିଲେ । ଶିକ୍ଷକଙ୍କ ମାଡରେ ଜଣେ ଛାତ୍ର ବିଶ୍ୱ ରଞ୍ଜନ ପାତ୍ର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଶିକ୍ଷକଙ୍କ ବିରୁଦ୍ଧରେ ବନମାଳିପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଛି  ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.