Below header

ବର୍ଷକୁ ମାତ୍ର ଗୋଟିଏ ଦିନ ହିଁ ଖୋଲିଥାଏ ଏହି ଦୋକାନ, ଲମ୍ବା ଲାଇନ୍‌ ଲଗାନ୍ତି ଗ୍ରାହକ

ଉତ୍ତର ପ୍ରଦେଶର ପ୍ରତାପଗଡ଼ରେ ଏମିତି ଏକ ଦୋକାନ ଅଛି, ଯାହାର ତାଲା ବର୍ଷକୁ ମାତ୍ର ଗୋଟିଏ ଦିନ ହିଁ ଖୋଲିଥାଏ। ଯେତେବେଳେ ଏହି ଦୋକାନ ଖୋଲେ, ଦୋକାନ ସାମ୍ନାରେ ଗ୍ରାହକଙ୍କ ଲମ୍ବା ଲାଇନ୍‌ ଲାଗିଯାଏ।

ପ୍ରତାପଗଡ଼ର ଲୋକେ ପ୍ରତ୍ୟେକ ବର୍ଷ ସେହି ଦିନକୁ ଉତ୍ସୁକତାର ସହ ଅପେକ୍ଷା କରିଥାଆନ୍ତି। ଦୋକାନରେ ମିଳୁଥିବା ମାଲ୍‌ପୁଆ ଏତେ ପ୍ରସିଦ୍ଧ ଯେ ଗତ ୮ ବର୍ଷ ହେବ ଏହା ବଜାରରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି।

mal4

ଏହାସହ ପଢ଼ନ୍ତୁ: ୨ ଫୁଟ୍‌ର ବରକୁ ମିଳିଲା ୬ ଫୁଟ୍‌ର କନିଆଁ, ସୋସିଆଲ ମିଡିଆରେ ବୋବାଲ୍‌ କରୁଛି ବିବାହ ବେଳର ଡ୍ୟାନ୍ସ ଭିଡିଓ

ପ୍ରତ୍ୟେକ ବର୍ଷ କେବଳ ହରିୟାଲି ଅମାବାସ୍ୟା ତିଥିରେ ଏହି ଦୋକାନ ଖୋଲାଯାଇଥାଏ। ଦୋକାନ ମାଲିକ ଓମ୍‌ପ୍ରକାଶ ପାଲିବାଲ୍‌ଙ୍କ କହିବା ହେଲା, ତାଙ୍କ ପରିବାରର ଚାରୋଟି ପିଢ଼ି ଏହି ଦୋକାନକୁ ଚଲାଇ ଆସୁଛନ୍ତି। ଲୋକଙ୍କୁ ଏଠାକାର ମାଲ୍‌ପୁଆ ନିଜ ଆଡ଼କୁ ଆକର୍ଷିତ କରିଥାଏ। ଯେଉଁଦିନ ଏହି ଦୋକାନ ଖୋଲିଥାଏ, ସେହିଦିନ ସକାଳୁ ହିଁ ଲୋକେ ଗରମ ଗରମ ମାଲ୍‌ପୁଆ କିଣିବା ପାଇଁ ଲମ୍ବା ଲାଇନ୍‌ ଲଗାଇଥାଆନ୍ତି।

ଏହାସହ ପଢ଼ନ୍ତୁ: ଫିଶ୍‌ ସ୍ପା ନେବା ଯୁବତୀଙ୍କୁ ପଡ଼ିଲା ମହଙ୍ଗା, ଶେଷରେ ଡାକ୍ତରଙ୍କୁ କାଟିବାକୁ ପଡ଼ିଲା ଗୋଡ଼ର ସବୁ ଆଙ୍ଗୁଠି

ସ୍ଥାନୀୟ ଲୋକେ କହନ୍ତି, ଏହି ଦୋକାନରେ ମିଳୁଥିବା ମାଲ୍‌ପୁଆର ସ୍ୱାଦ ଆଉ କେଉଁଠି ବି ମିଳେନାହିଁ। କେବଳ ଏହା ସ୍ୱାଦିଷ୍ଟ ନୁହେଁ, ବରଂ ଏହାକୁ ପରସା ଯିବାର ତରିକା ମଧ୍ୟ ଖୁବ୍‌ ନିଆରା। ଏହି ମାଲ୍‌ପୁଆକୁ ପଳାଶ ପତ୍ରରେ ପରଷା ଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.