ଲୁହ ନୁହେଁ ରକ୍ତ ଝରାଉଛି ପିଆଜ, ୯୦ ଟଙ୍କାରେ ପହଞ୍ଚିଲା କେଜି

ଭୁବନେଶ୍ବର(କେନ୍ୟୁଜ୍): ସେଞ୍ଚୁରୀମୁହାଁ ପିଆଜ। ୮୦ ପରେ ୯୦ ଟଙ୍କାରେ ପହଞ୍ଚିଛି ପିଆଜ କିଲ। ଯାହକୁ ନେଇ ଲୋକଙ୍କ ଆଖିରୁ ଲୁହ ନୁହେଁ, ଏବେ ରକ୍ତ ଝରାଉଛି ପିଆଜ । ଗତ ଦୁଇ ଦିନ ଭିତରେ ହଠାତ ପିଆଜ ବଜାରରେ ଲାଗିଛି ନିଆଁ । ହଠାତ ଦର ବୃଦ୍ଧି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ହୋଇଛି। ଯାହକୁ ନେଇ ଉଭୟ ବେପାରୀ ଓ ଗ୍ରାହକଙ୍କୁ ହନ୍ତସନ୍ତ ହେବାକୁ ପଡିଚି। ସେପଟେ ବିଭିନ୍ନ ଚିଲି ଆଇଟମରୁ ପିଆଜ ଉଭାନ ହୋଇଯାଇଛି। ଏବେ ନାସିକରୁ ପିଆଜ ଆମଦାନୀ କମିଥିବା ବେଳେ ଆନ୍ଧ୍ରରୁ ଆସୁଥିବା ପିଆଜ ପର୍ଯ୍ୟାପ୍ତ ହେଉ ନାହିଁ। ଫଳରେ ଦର ହଠାତ ବଢି ଯାଇଛି। ନୂଆ ଅମଳ ପିଆଜ ବଜାରକୁ ନ ଆସିବା ଯାଏଁ ଦର କମିବାର ସମ୍ଭାବନା ବି ନାହିଁ । ସେପଟେ ହୁ ହୁ ହୋଇ ବଢିଚାଲିଥିବା ଦରକୁ ନେଇ ସରକାର ମଧ୍ୟ ହାତ ଟେକି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.