Below header

Xiaomi ଆଣିଲା Warm Cup, ଚା ପିଇବା ସହିତ ଫୋନକୁ ମଧ୍ୟ କରିପାରିବେ ଚାର୍ଜ

ଏୟାର ପ୍ୟୁରିଫାୟର (air purifier), ସ୍ମାର୍ଟ ମୋବ(smart mob), ଆସେସୋରିଜ୍‌ (accessories) ଭଳି ପ୍ରଡକ୍ଟ ପରେ ଏବେ ସ୍ମାର୍ଟ କପ୍‌ ଆଣିଛିସାଓମି। ରିପୋର୍ଟ ଅନୁଯାୟୀ ସାଓମି ଚାଇନାରେ warm cup ନାମକ ପ୍ରଡକ୍ଟ ଲଞ୍ଚ କରିଛି। ଏହା ଏକ ଓ୍ଵୟାରଲେସ୍‌ କପ୍‌ ଅଟେ ଏବଂ ଏହାର ଦାମ ରହିଛି ୨ ହଜାର ଟଙ୍କା। ତେବେ ଆସନ୍ତୁ ଜାଣିବା ଏହି କପରେ କଣ ରହିଛି ଖାସିୟତ।

mobileସାଓମିର ଏହି ଓ୍ଵାର୍ମ କପରେ ୟୁଜରଙ୍କ କଫି ୫୫ ଡିଗ୍ରୀ ସେଲସିୟସ କନଷ୍ଟାଣ୍ଟ ଟେମ୍ପରେଚରରେ ରହିବ। ଏହା ଓ୍ଵୟାରଲେସ୍‌ ଚାର୍ଜିଂ ଟେକ୍ନୋଲୋଜି ଜରିଆରେ କରାଯିବ। ୟୁଜରଙ୍କୁ ନିଜ ଚା କିମ୍ବା କଫିକୁ ଗରମ ରଖିବାକୁ ହେଲେ ଏହାକୁ କେବଳ ନେଇ ଓ୍ଵୟାରଲେସ୍‌ ଚାର୍ଜିଂ ପ୍ୟାଡ୍‌ ଉପରେ ରଖିବାକୁ ହେବ। ସାଓମିର କହିବାନୁଯାୟୀ ପାରମ୍ପରିକ ଓ୍ଵାଇଡ୍‌ ହିଟିଂ ହାଇ-ଟେକ ଏବଂ ତାହା ଠାରୁ ଅଧିକ ସୁରକ୍ଷିତ ମଧ୍ୟ।

ଏହାସହ ପଢନ୍ତୁ : ଶସ୍ତା ଦାମରେ ଭଲ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି କି? ତେବେ ଡିସକାଉଣ୍ଟରେ ଆଜି ହିଁ ଘରକୁ ଆଣନ୍ତୁ ଏହି ଦମଦାର…

କୁହାଯାଇଛି ଯେ ଏହି ଓ୍ଵାର୍ମ କପ୍‌ ସେରେମିକରେ ନିିର୍ମିତ ହୋଇଛି। ଏହା ପୂରାପୁରୀ ଭାବରେ ଓ୍ଵାଟରପ୍ରୁଫ୍‌। ଏହି ଓ୍ଵୟାରଲେସ୍‌ କପକୁ ସାଧାରଣ କପ୍‌ ଭଳି ବ୍ୟବହାର କରିପାରିବା ସହିତ ଏହାକୁ ସାଧାରଣ କପ୍‌ ଭଳି ସଫା ମଧ୍ୟ କରିପାରିବେ।

cupଫୋନ ମଧ୍ୟ ହେବ ଚାର୍ଜ

ଏହାର ଆଉ ଗୋଟେ ଖାସିୟତ ହେଉଛି ଆପଣ ଏହାର ଓ୍ଵୟାରଲେସ୍‌ ଚାଜିଂ ପ୍ୟାଡର ବ୍ୟବହାର ସାଓମି ଫୋନକୁ ଚାର୍ଜ କରାଇବାରେ ମଧ୍ୟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.