ବୈଷ୍ଣଦେବୀ ଯାତ୍ରୀଙ୍କ ପାଇଁ ଆଇଆରଟିସି ଆଣିଛି ଖୁସି ଖବର

ମା’ ବୈଷ୍ଣଦେବୀଙ୍କ ଦର୍ଶନ ପାଇଁ ଇଚ୍ଛା ରଖିଥିବା ଦର୍ଶନାର୍ଥୀଙ୍କ ପାଇଁ ଆଇଆରଟିସି ନିଜ ତରଫରୁ ଏକ ସ୍ୱତନ୍ତ୍ର ଟୁର ପ୍ୟାକେଜ ଆଣିଛନ୍ତି । ନୂଆ ଦିଲ୍ଲୀରୁ ବୈଷ୍ଣଦେବୀ ଅଭିମୁଖେ ଯାଉଥିବା ଏହି ଟୁର ପ୍ୟାକେଜର ନାଁ ମାତରାଣୀ ଟୁର ପ୍ୟାକେଜ ରଖାଯାଇଛି । ଏହି ପ୍ୟାକେଜରେ ଥାର୍ଡ଼ ଏସିର ଯାତ୍ରା କରିବା ସହ ଭୋଜନ ଓ ହୋଟେଲରେ ରହିବାର ସୁବିଧା ମିଳିବ । ପ୍ରଥମ ଦିନ ଯାତ୍ରୀ ମାନେ ନୂଆ ଦିଲ୍ଲୀ ରେଲୱେ ଷ୍ଟେସନରୁ ରାଜଧାନୀ ଏକ୍ସପ୍ରେସ ଟ୍ରେନରେ ୮.୪୦ ସମୟରେ ବାହାରିବେ । ପରଦିନ ସକାଳ ୫. ୪୫ ସମୟରେ ଟ୍ରେନ ଜାମ୍ମୁ ରେଳଷ୍ଟେସନରେ ପହଂଚିବ । ତାହା ପରେ ଯାତ୍ରୀ ମାନଙ୍କର ଏକ ଗ୍ରୁପ କରାଯାଇ କଟାରା ପର୍ଯ୍ୟନ୍ତ ନିଆଯିବ ।

ଏହା ସହ ପଢନ୍ତୁ: ଜିଏସଟି କ୍ଷତିପୂରଣ ବାବଦରେ କେନ୍ଦ୍ରରୁ ଓଡ଼ିଶା ପାଇବ ୧୧ଶହ ୯୪କୋଟି ୩୨ଲକ୍ଷ ଟଙ୍କା, ଲାଗିରହିଛି କେନ୍ଦ୍ର-ରାଜ୍ୟ ମଧ୍ୟରେ ବିବାଦ

ପରେ ସରସ୍ବତୀ ଧାମରୁ ଯାତ୍ରା ଟିକେଟ ନେବା ପରେ ଯାତ୍ରୀ ହୋଟେଲ ଅଭିମୁଖେ ଯାଇ ପାରିବେ । ଜଳଖିଆ ଶେଷ କରିବା ପରେ ବାଣଗଙ୍ଗା ପର୍ଯ୍ୟନ୍ତ ଯାଇପାରିବେ । ରାତି ଖାଇବା ଓ ରହିବା ସୁବିଧା ମଧ୍ୟ ଯାତ୍ରୀ ମାନଙ୍କୁ ମାଗଣା ଯୋଗାଇଦିଆଯିବ । ପରଦିନ ସକାଳ ଜଳଖିଆ ଶେଷ ହେବା ପରେ ୧୨ ଟା ସମୟରେ ଚେକ- ଆଉଟ କରାଯିବ । ପରେ ୨ଟା ସମୟରେ ଯାତ୍ରୀ ମାନଙ୍କୁ ଜାମ୍ମୁ ରେଳ ଷ୍ଟେସନ ଅଭିମୁଖେ ପଠାଯିବ । ରାସ୍ତାରେ ଅନ୍ୟ ମନ୍ଦିର ଗୁଡିକ ଦର୍ଶନ କରିବା ପରେ ଯାତ୍ରୀ ମାନଙ୍କୁ ସନ୍ଧ୍ୟା ୬.୩୦ ସମୟରେ ଜାମ୍ମୁ ରେଳ ଷ୍ଟେସନରେ ଛାଡି ଦିଆଯିବ । ପରେ ୭.୪୦ ମିନିଟ ସମୟରେ ଟ୍ରେଂନ ଜାମୁରୁ ଦିଲ୍ଲୀ ଅଭିମୁଖେ ବାହାରି ପର ଦିନ ସକାଳ ୫ ଟା ସମୟରେ ଦିଲ୍ଲୀରେ ପହଂଚିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.