Below header

ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ କନ୍ଧମାଳରେ ବଢିଛି ଶୀତର ମାତ୍ରା, ଶୀତଠୁ ଅଧିକ ଜମୁଛି କୁହୁଡିର ଆସ୍ତରଣ

କନ୍ଧମାଳ(କେନ୍ୟୁଜ୍): କନ୍ଧମାଳରେ ଥରାଉଛି ଶୀତ । ଚଳିତ ବର୍ଷ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ଦୁଇ ତିନି ଧରି ଶୀତର ମାତ୍ରା ବଢିବାରେ ଲାଗିଛି । ଶୀତଠୁ ଅଧିକ କୁହୁଡିର ଆସ୍ତରଣ ଜମୁଛି । ଘନ କୁହୁଡି ଚାଦର ତଳେ ଦାରିଙ୍ଗବାଡି, ଫୁଲବାଣୀ ଓ ଉଦୟଗିରି। ଦିନ ଦଶଟା ନହେଲେ ଦୋକାନ ବଜାର ଖୋଲୁନି । ଚଳିତବର୍ଷ ଦାରିଙ୍ଗିବାଡିରେ ୧୫ ଡିଗ୍ରୀରୁ କମ ତାପମାତ୍ରା ରହୁଛି । ଥଣ୍ଡାରୁ ରକ୍ଷା ପାଇବା ପାଇଁ ଚା ଦୋକାନରେ ଭିଡ ଜମୁଛି। ସେପଟେ ଶୀତକୁ ଉପଭୋଗ କରିବାକୁ ଜିଲ୍ଲାକୁ ଏବେ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.