ଆପଣଙ୍କ ଆଧାର କାର୍ଡର ସୁରକ୍ଷା ବଢ଼ାଇବା ପାଇଁ UIDAI କଲା ବଡ଼ ଘୋଷଣା, ଫଟାଫଟ୍‌ କରନ୍ତୁ ଚେକ୍‌

ଆପଣଙ୍କ ଆଧାର ସମ୍ବନ୍ଧୀୟ ଡିଟେଲ୍‌ ଡାଉନ୍‌ଲୋଡ କରିବା ପାଇଁ ଏକ ନୂଆ ସିକ୍ୟୁରିଟି ଆପ୍‌(ଏମ୍‌ଆଧାର ଆପ୍‌) ଲଞ୍ଚ୍‌ ହୋଇଛି। ଏ ନେଇ UIDAI ଟୁଇଟର ଜରିଆରେ ସୂଚନା ଦେଇଛି। ଆପଣ ସହଜରେ ନିଜ ରେଜିଷ୍ଟର୍ଡ ମୋବାଇଲ୍‌ ନମ୍ବର ସାହାଯ୍ୟରେ UIDAIର ଏହି ଆପ୍‌କୁ ଡାଉନ୍‌ଲୋଡ କରିପାରିବେ। ଏହି ଆପ୍‌ iOS ଏବଂ Android Platformରେ ଉପଲବ୍ଧ ଅଛି। ଏହି ଆପ୍‌ରେ ଆଧାର କାର୍ଡଧାରୀଙ୍କ ରେଜିଷ୍ଟର୍ଡ ନାମ, ଜନ୍ମତିଥି, ଲିଙ୍ଗ, ଠିକଣା ଏବଂ ଫଟୋଗ୍ରାଫ୍‌ ସମ୍ବନ୍ଧିତ ଡାଟା ଉପଲବ୍ଧ ହେବ।

UIDAI ତରଫରୁ ଏକ ଟୁଇଟରେ କୁହାଯାଇଛି, ‘ଆପଣ ପୂର୍ବରୁ ଡାଉନ୍‌ଲୋଡ କରିଥିବା ଏମ୍‌ଆଧାର ଆପ୍‌କୁ ଅନ୍‌-ଇନ୍‌ଷ୍ଟାଲ୍‌ କରନ୍ତୁ। ଏହାଜାଗାରେ ଆପଣ ନୂଆ ଆଧାର ଆପ୍‌କୁ ଡାଉନ୍‌ଲୋଡ୍‌ କରନ୍ତୁ। ଏହି ଟୁଇଟ୍‌ରେ ଆଣ୍ଡ୍ରୋଏଡ୍‌ ଏବଂ iOS ପ୍ଲାଟ୍‌ଫର୍ମରେ ଆପ୍‌ ଡାଉନ୍‌ଲୋଡ କରିବାର ଲିଙ୍କ୍‌ ଦିଆଯାଇଛି’।

କ’ଣ ଏହି ନୂଆ ଆପ୍‌ର ଖାସିୟତ୍‌

ଆଉ ଏକ ଟୁଇଟ୍‌ରେ ଏହି ନୂଆ ଆପ୍‌ ବିଷୟରେ କୁହାଯାଇଛି ଯେ ଏଥିରେ ଆଧାର ସେବାଗୁଡ଼ିକ ପାଇଁ ଦୁଇ ପ୍ରକାରର ସେକ୍ସନ ରହିବ। ପ୍ରଥମ ସେକ୍ସନର ନାଁ ‘ଆଧାର ସର୍ବିସେଜ୍‌ ଡ୍ୟାସ୍‌ବୋର୍ଡ’। ଏହି ସେକ୍ସନ କୌଣସି ବି ଆଧାର କାର୍ଡଧାରୀଙ୍କ ଲାଗି ସମସ୍ତ ଆଧାର ଅନ୍‌ଲାଇନ୍‌ ସେବା ପାଇଁ ସିଙ୍ଗଲ୍‌ ଓ୍ଵିଣ୍ଡୋ ଆପ୍ଲିକେବଲ ଅଟେ।

ସେପଟେ ଅନ୍ୟ ସେକ୍ସନର ନାଁ ‘ମାଇଁ ଆଧାର ସେକ୍ସନ’। ଏହି ସେକ୍ସନରେ ଆପଣ ଯେଉଁ ଆଧାର ପ୍ରୋଫାଇଲ୍‌କୁ ଆଡ୍‌ କରିବେ, ତାହାକୁ ନିଜ ଆବଶ୍ୟକ ଏବଂ ସୁବିଧା ଅନୁସାରେ ପର୍ସନାଲାଇଜ୍‌ କରିପାରିବେ।

ଜାଣନ୍ତୁ ଏମ୍‌ଆଧାରର ଫାଇଦା

-UIDAIର ଏହି ଆପ୍‌ର ସବୁଠାରୁ ଖାସ୍‌ କଥା ହେଲା, ଆପଣଙ୍କୁ ଆଧାର କାର୍ଡ ଧରି କେଉଁଠି ବି ବୁଲିବା ଆବଶ୍ୟକ ନାହିଁ। ଆପଣ ଆଧାର ସମ୍ବନ୍ଧିତ ସମସ୍ତ ସେବା ପାଇଁ ଏମ୍‌ଆଧାରର ସହାୟତା ନେଇପାରିବେ। ଏହି ଆପ୍‌ ଜରିଆରେ ଆପଣ ନିଜ ବାୟୋମେଟ୍ରିକ୍‌କୁ ଲକ୍‌ କିମ୍ବା ଅନ୍‌ଲକ୍‌ କରିପାରିବେ।

-ଆଧାର ପାଇଁ ଯଦି ଆପଣଙ୍କ ମୋବାଇଲ୍‌ ନମ୍ବରକୁ ଓଟିପି ଆସି ନ ଥାଏ, ତା’ହେଲେ ଏଭଳି ସ୍ଥିତିରେ ଆପଣ ଆପ୍‌ର ବେଷ୍ଟ୍‍ ଓଟିପି ବ୍ୟବହାର କରିପାରିବେ। ଏହା କେବଳ ୩୦ ସେକେଣ୍ଡ ପାଇଁ ବୈଧ ହୋଇଥାଏ।

-ଏହି ଆପ୍‌ ଜରିଆରେ ଆପଣଙ୍କର କୌଣସି ବି ତଥ୍ୟ ଲିକ୍‌ ହୋଇ ନ ଥାଏ। ଆପ୍‌ ଦ୍ୱାରା କ୍ୟୁଆର୍‌ କୋଡ୍‌ ଜରିଆରେ ତଥ୍ୟ ଶେୟାର୍‌ କରିପାରିବେ।

 

Leave A Reply

Your email address will not be published.