Below header

ବାସହୀନ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଆମାଜନର ମାଲିକ ଜେମ୍ସ ବେଯୋଶ

ପୃଥିବୀର ଅନ୍ୟତମ ଧନୀ ବ୍ୟକ୍ତି ଜେମ୍ସ ବେଯୋଶ ନିଜ ସମ୍ପତିରୁ ୯୮.୫ ମିଲିୟନ ଡଲାର ବାସହୀନ ଲୋକ ମାନଙ୍କୁ ଦାନ କରିବା ପାଇଁ ନିଷ୍ପତି ନେଇଛନ୍ତି । ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୭୦୭. ୧୫ କୋଟି ଟଙ୍କା ହେବ । ଜେମ୍ସ ବେଯୋଶଙ୍କ ଦାନର କିଛି ଅଂଶ ପ୍ରଥମ ଦିନ ପ୍ରାୟ ୩୨ ସଂସ୍ଥା ମାନଙ୍କୁ ଦିଆଯାଇଛି । ବାସହୀନ ଲୋକଙ୍କ ସାହାଯ୍ୟ କରିବା ସହ ବେଯୋଶ ସ୍ୱଳ୍ପ ରୋଜଗାର କରୁଥିବା ଲୋକଙ୍କ ଶିକ୍ଷା କ୍ଷେତ୍ରରେ ମଧ୍ୟ ଏହି ଅର୍ଥ ଉପଯୋଗ କରିବେ ବୋଲି ଜଣା ଯାଇଛି । ଆହୁରି ମଧ୍ୟ ପୂର୍ବ ବର୍ଷ ପ୍ରାୟ ୨୪ ସଂସ୍ଥା ମାନଙ୍କୁ ୯୭.୫ ମିଲିୟନ ଡଲାର ଦାନ ସ୍ୱରୂପ ଦିଆଯାଇଥିଲା । କହି ରଖିବା ଉଚିତକି ସାମାଜିକ କଲ୍ୟାଣ କ୍ଷେତ୍ରରେ ବେଯୋଶ ୨ ଲକ୍ଷ କୋଟି ଟଙ୍କା ଦାନ କରିବାର ଲକ୍ଷ ରଖିଛନ୍ତି । ଏହି ଅର୍ଥ ଡେ ବନ ଫେମିଳିଜ ଫଣ୍ଡ ଓ ଡେ ବନ ଏକାଡେ଼ମିକସ ଫଣ୍ଡ ନାମକ ଦୁଇଟି ସଂସ୍ଥା ମଧ୍ୟରେ ବାଣ୍ଟି ଦିଆଯିବ ।

ଏହା ସହ ପଢନ୍ତୁ: ଫିଶ୍‌ ସ୍ପା ନେବା ଯୁବତୀଙ୍କୁ ପଡ଼ିଲା ମହଙ୍ଗା, ଶେଷରେ ଡାକ୍ତରଙ୍କୁ କାଟିବାକୁ ପଡ଼ିଲା ଗୋଡ଼ର ସବୁ ଆଙ୍ଗୁଠି

ଆଉ ମଧ୍ୟ ଆଲୋଚନା ହେଉଛି ଆମାଜନ ଇ- କମର୍ସ ସଂସ୍ଥା ସଂକଟରେ ଥିବା ସମୟରେ ବେଯୋଶ ଏପରି ଏକ ନିଷ୍ପତି ନେଇଛନ୍ତି । ଅନ୍ୟ ପକ୍ଷରେ ଆମେରିକା ଲେବର ୟୁନିୟନ ତରଫରୁ କୁହାଯାଇଛିକି କମ୍ପାନୀର ଏପରି ନିଷ୍ପତ୍ତିର ପ୍ରଭାବ କମ୍ପାନୀର ଲକ୍ଷ ଲକ୍ଷ କର୍ମଚାରୀଙ୍କ ଉପରେ ପଡିବ । ସୂଚନା ଅନୁଯାୟୀ ଅମଜାନର ପ୍ରତିଷ୍ଠାତା ଜେମ୍ସ ବେଯୋଶଙ୍କ ପାଖରେ ସମୁଦାୟ ୧୦୯ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ରହିଛି । ନିକଟରେ ମାଇକ୍ରୋସଫ୍ଟ ର ପ୍ରତିଷ୍ଠାତା ବିଲ ଗେଟସ, ଜେମ୍ସ ବେଯୋଶଙ୍କୁ ପଛରେ ପକାଇ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ସାଜିଥିଲେ । ପୂର୍ବରୁ ଦୀର୍ଘ ସମୟ ପାଇଁ ଜେମ୍ସ ବେଯୋଶଙ୍କ ନାଁରେ ପୃଥିବୀର ସବୁଠୁ ଧନୀ ବ୍ୟକ୍ତି ହେବାର ରେକର୍ଡ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.