Below header

ଶିକ୍ଷୟତ୍ରୀଙ୍କୁ ଟଣା ଓଟରା କରି ଜୋତା ମାଡ ଖାଇଲେ ଶିକ୍ଷକ

ଆନନ୍ଦପୁର (କେନ୍ୟୁଜ) : ସ୍କୁଲରେ ଏକାକୀ ପାଇ ଶିକ୍ଷକ୍ଷତ୍ରୀଙ୍କୁ ଜାବୁଡି ଧରିଲେ ଶିକ୍ଷକ। ଜାବୁଡି ଧରି ଜୋର ଜବରଦସ୍ତ ଫଟୋ ଉଠାଇବାକୁ କଲେ ଚେଷ୍ଟା। ପ୍ରତିବାଦ ସତ୍ତ୍ୱେ ବି ଶିକ୍ଷୟତ୍ରୀଙ୍କୁ ଛାଡନଥାନ୍ତି ଶିକ୍ଷକ। ପୁଣି ନିଲମ୍ବିତ ଶିକ୍ଷକ ଭିଆଇଛନ୍ତି ଏପରି କାଣ୍ଡ। ଜଣେ ଅବିବାହିତା ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟରେ ଟଣା ଓଟରା କରି ଜଣେ ବିବାହିତ ଶିକ୍ଷକ ଗିରଫ ହେବାପରେ ଜେଲ୍ କୁ ଯାଇଛନ୍ତି । ଯାହାର ଖବର ସାରା ଅଞ୍ଚଳରେ ଚହଳ ସୃଷ୍ଟି କରିଛି।

ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି ଆନନ୍ଦପୁର ଉପଖଣ୍ଡରୁ। ରାମଚନ୍ଦ୍ରପୁର ଥାନା ରୁଦ୍ରନାରାୟଣପୁର ପ୍ରାଥମିକ ବିଦ୍ୟାଳୟରେ ଏଭଳି ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି । ସୋମବାର ସ୍କୁଲରେ ପୀଡିତା ଶିକ୍ଷୟିତ୍ରୀଙ୍କୁ ଏକାକୀ ପାଇ ଶିକ୍ଷକ ମଙ୍ଗେସ ବେହେରା ଭିଡାଭିଡି ତଥା ଟଣାଓଟରା କରିବା ସହ ମୋବାଇଲରେ ଫଟୋ ଉତ୍ତୋଳନ କରିବାକୁ ଉଦ୍ୟମ କରିଥିଲେ । ପୀଡିତା ଶିକ୍ଷୟତ୍ରୀ ଜଣଙ୍କ ତାଙ୍କ କବଳରୁ କୌଣସି ଉପାୟରେ ଖସି ଆସିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସେ ଅଭଦ୍ର ଶିକ୍ଷକ ଜଣଙ୍କ ଛାଡିନଥିଲେ। ଟଣାଓଟରା ସମୟରେ ଶିକ୍ଷକଙ୍କ ମୋବାଇଲ ତଳେ ଖସି ପଡିଲା ଯାହାପରେ ଶିକ୍ଷୟିତ୍ରୀ ଜଣଙ୍କ ଶିକ୍ଷକ ମଙ୍ଗେସଙ୍କ ମୋବାଇଲ ଫୋନ ଛଡାଇ ଭାଙ୍ଗିବା ସହ ଜୋତାରେ ମଧ୍ୟ ପିଟି ଥିଲେ ।

teacherସୂଚନା ମୁତାବକ ବହୁଦିନ ଧରି ଅଭିଯୁକ୍ତ ଶିକ୍ଷକ ମଙ୍ଗେସ୍ ପୀଡିତା ଶିକ୍ଷୟିତ୍ରୀଙ୍କ ଉପରେ କୁଦୃଷ୍ଟି ରଖିବା ଓ ଅଶ୍ଳୀଳ ଇଙ୍ଗିତ କରୁଥିବା କହିଛନ୍ତି ପୀଡିତା ଶିକ୍ଷୟତ୍ରୀ। ମଙ୍ଗେସ୍ ବିବାହିତ ଓ ତାଙ୍କ ନାମରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଛି । ଏପରିକି ସେ ଜେଲ୍ ଯାଇ ପୂର୍ବରୁ ଚାକିରୀରୁ ନିଲମ୍ବିତ ମଧ୍ୟ ହୋଇଛନ୍ତି । ମଙ୍ଗଳବାର ଥାନାରେ ଏନେଇ ପୀଡିତାଙ୍କ ତରଫରୁ ଏତଲା ଦିଆଯିବା ପରେ ପୋଲିସ ମଙ୍ଗେସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଏହାକୁ ନେଇ ପୀଡିତା ଶିକ୍ଷୟତ୍ରୀ କଣ କହୁଛନ୍ତି ଶୁଣନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.