Below header

ଖୁବ ଶୀଘ୍ର ବଦଳିବାକୁ ଯାଉଛି Whats App ବିଜିନେସ ଆପ, ହଟାଇ ଦିଆଯିବ ଏହି ଫିଚର

ବିଶ୍ୱର ସବୁଠୁ ବଡ ଇନ୍ଷ୍ଟଣ୍ଟ ଏଣ୍ଡ ଟୁ ଏଣ୍ଡ ଏନଷ୍କ୍ରିପସନ ମେସେଜିଙ୍ଗ ପ୍ଲାଟଫର୍ମ ଲଗାତାର ନୂଆ ନୂଆ ଫିଚର ଜାରି କରିବାରେ ଲାଗିଛି । ପ୍ରଥମେ Whats App ନିଜର କେତେକ ଫିଚରକୁ ପ୍ରଥମେ ବିଟା ଭର୍ଜନରେ ରିଲିଜ କରିଥାଏ । ଏହା ପରେ ଏହାକୁ ସମସ୍ତଙ୍କ ପାଇଁ ଜାରି କରିଥାଏ । Whats App ବିଟା ଭର୍ଜନ ପାଇଁ ଏବେ ଆଉ ଏକ ଫିଚରର ଟେଷ୍ଟିଙ୍ଗ କରିଥାଏ ଆଉ ଏହା ପରେ ସର୍ବସାଧାରଣରେ ଜାରି କରିଥାଏ | ଏଗୁଡିକ ଅନଲାଇନ ସ୍ଟାଟସ ସହ ଯୋଡି ହୋଇଥାଏ । Whats App ନୂଆ ଫିଚରର ଟେଷ୍ଟିଙ୍ଗ ଏହାର ବିଜିନେସ ଆପରେ କରାଯାଉଛି ।

Whats App ବିଜନେସ ଆପର ନୂଆ ଅପଡ଼େଟରେ କୌଣସି ଫିଚର ଯୋଡ଼ା ଯାଇନାହିଁ, ଯେବେକି ଅନଲାଇନ ସ୍ଟାଟସ ଫିଚରକୁ ହଟାଇ ଦିଆଯାଉଛି । ସାଧାରଣତଃ ଆପଣ କୌଣସି Whats App ୟୁଜରଙ୍କ ସହ ଚାଟ କରିବାବେଳେ ତାଙ୍କ ସ୍ଟାଟସ ଅନଲାଇନ ଦେଖାଇଥାଏ | କିନ୍ତୁ ନୂଆ ଅପଡେଟ ପରେ  Whats App ବିଜିନେସ ଆକାଉଣ୍ଟରୁ ଏହି ଫିଚର ଗାୟବ ହୋଇଯିବ ।

ନୂଆ ଫିଚରର ଟେଷ୍ଟିଙ୍ଗ ଆଣ୍ଡ୍ରଏଡର ବିଟା ଭର୍ଜନରେ ଜାରି ରହିଛି । କହିରଖିବା ଉଚିତକି 2018ରେ Whats App ତାହାର ବିଜିନେସ ଆପକୁ ଲଞ୍ଚ କରିଥିଲା । ଏହି ସମୟରେ ଅନଲାଇନ ସ୍ଟାଟସ ଫିଚରକୁ ଆପ ସହ ଯୋଡ଼ା ଯାଇଥିଲା । କିନ୍ତୁ ତିନି ବର୍ଷ ରଖିବା ପରେ ଏବେ କମ୍ପାନୀ ଏହାକୁ ଉଠାଇବାକୁ ଚେଷ୍ଟା ଚଳାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.