କୋଭିସିଲ୍ଡର ବୁଷ୍ଟର ଡୋଜ ପାଇଁ ଚାଲିଛି ପ୍ରସ୍ତୁତି, ରିସର୍ଚ୍ଚରୁ ମିଳିଲା ସୂଚନା

କରୋନା ବିରୁଦ୍ଧରେ ଏବେ ସାରା ଦୁନିଆ ଲଢ଼ୁଛି । ଏଥିରୁ ରକ୍ଷା ପାଇବା ପାଇଁ ଲୋକମାନେ ଭ୍ୟାକସିନକୁ ଅସ୍ତ୍ର ରୂପେ ବ୍ୟବହାର କରୁଛନ୍ତି । ଏହାରି ମଧ୍ୟରେ ଅକ୍ସଫୋର୍ଡ ଆଷ୍ଟ୍ରୋଜେନେକା ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିଡ ଭ୍ୟାକସିନକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ରିସର୍ଚ୍ଚରୁ ସୂଚନା ମିଳିଛି ଯେ, ଯଦି ଏହି ଭ୍ୟାକସିନର ୩ୟ ଡୋଜ ବା ବୁଷ୍ଟର ଡୋଜ ନିଆଯାଏ ତେବେ ଏହା ଶରୀରରେ ଥିବା ଇମ୍ୟୁନ ସିଷ୍ଟମକୁ ବେଶି ଶକ୍ତିଶାଳୀ କରିପାରିବ ।

ଅନେକ ଦେଶରେ ଏବେ ଭ୍ୟାକସିନକୁ ନେଇ ଅଭାବ ଦେଖାଦେଲାଣି । ଏହା କାରଣରୁ ସରକାର ଚିନ୍ତାରେ ଥିବା ବେଳେ ଏବେ ଏହି ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ ଭ୍ୟାକସିନର ୩ୟ ଡୋଜ ଶରୀରରେ ଇମ୍ୟୁନ ପାୱାରକୁ ବୁଷ୍ଟ କରିବ । ତେବେ ଅନ୍ୟପକ୍ଷେ ୨ୟ ଡୋଜ ୪୫ ଦିନ ପରେ ଏହାର ପ୍ରଭାବ ଦେଖାଇବ ।

ଏହାକୁ ନେଇ ବ୍ରିଟିଶ ସରକାର ପକ୍ଷରୁ ସୂଚନା ମିଳିଛି ଯେ, ୩ୟ ଡୋଜକୁ ନେଇ ଏକ କ୍ୟାମ୍ପେନ ଆରମ୍ଭ ହେବ । ଏବେ ପର୍ଯ୍ୟନ୍ତସେହି ଦେଶରେ ସମସ୍ତେ ୨ଟି ଡୋଜ ନେଇସାରିଛନ୍ତି । ଅକ୍ସଫୋର୍ଡ ଆଷ୍ଟ୍ରୋଜେନେକା ଦ୍ୱାରା ପ୍ରସ୍ତୁତ ଭ୍ୟାକସିନ ଭାରତରେ କୋଭିସିଲ୍ଡ ଭାବେ ଉପଲବ୍ଧ ହେଉଛି । ଏହାର ଉତ୍ପନ୍ନ ଭାରତରେ ସିରମ ଇନଷ୍ଟିଚ୍ୟୁଟ କରୁଛି । ଯାହାର ବ୍ୟବହାର ଭାରତରେ ଅଧିକ ମାତ୍ରାରେ କରାଯାଉଛି । ଏହାର ୨ ଟି ଡୋଜରେ ଅନ୍ତରକାଳ ୧୨ ରୁ ୧୬ ସପ୍ତାହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.