ଗର୍ଭବତୀ ମହିଳାଙ୍କ ପାଇଁ ଭ୍ୟାକ୍‌ସିନ୍‌ କେତେ ସୁରକ୍ଷିତ? କେନ୍ଦ୍ର ସରକାର ଜାରି କଲେ ନୂଆ ଗାଇଡ୍‌ଲାଇନ୍‌

କରୋନା ମହାମାରୀର ଦ୍ୱିତୀୟ ଲହରୀରେ ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ବି ବିପଦ ସମ୍ପୂର୍ଣ୍ଣ ଟଳିନାହିଁ। ଦ୍ୱିତୀୟ ଲହରୀ ନ ଯାଉଣୁ ଏବେ ତୃତୀୟ ଲହରୀ ଆସିବା ନେଇ ଆଶଙ୍କା ଦେଖାଦେଲାଣି। ମହାମାରୀରୁ ମୁକ୍ତି ପାଇଁ ଦେଶରେ ଟିକାକରଣ ପ୍ରକ୍ରିୟା ଜୋରସୋରରେ ଚାଲିଛି। ଅନ୍ୟପଟେ ଏନେଇ ଗାଇଡ୍‌ଲାଇନ୍‌ ପାଳନ କରିବାକୁ ବି ସମସ୍ତଙ୍କ ପାଇଁ ଅନିବାର୍ଯ୍ୟ କରାଯାଇଛି। ସଂକ୍ରମଣରୁ ମୁକ୍ତି ପାଇଁ କେନ୍ଦ୍ର ସରକାର ସମସ୍ତଙ୍କୁ ଗାଇଡ୍‌ଲାଇନ୍‌ ପାଳନ କରିବାକୁ କହିଛନ୍ତି।

ଗର୍ଭବତୀମାନେ ମଧ୍ୟ କରୋନା ଟିକା ନେଇପାରିବେ। ଏହା ସମ୍ପୂର୍ଣ୍ଣଭାବେ ସୁରକ୍ଷିତ। ଏହା ଗର୍ଭସ୍ଥ ଶିଶୁକୁ ମଧ୍ୟ ସଂକ୍ରମଣରୁ ମୁକ୍ତ ରଖିବ ବୋଲି ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗର୍ଭବତୀଙ୍କ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିବା ଅବସରରେ କହିଛନ୍ତି। ଗାଇଡ୍‌ଲାଇନ୍‌ରେ ସ୍ପଷ୍ଟ କରାଯାଇଛି ଯେ କରୋନା ଭ୍ୟାକ୍‌ସିନ୍‌ ଗର୍ଭବତୀ ମହିଳାଙ୍କ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ। ଏହା ଅନ୍ୟ ସାଧାରଣ ଲୋକଙ୍କ ଭଳି ମହିଳାଙ୍କୁ ସୁରକ୍ଷିତ ରଖିବ।

ଗାଇଡ୍‌ଲାଇନ୍‌ରେ କୁହାଯାଇଛି ଯେ ଗର୍ଭବତୀ ମହିଳା କରୋନା ସଂକ୍ରମିତ ହେବା ପରେ ପ୍ରଥମେ ପ୍ରଥମେ ସଂକ୍ରମଣର ହାଲ୍‌କା ଲକ୍ଷଣ ପ୍ରକାଶ ପାଇବ। କିନ୍ତୁ ପରେ ସାଂଘାତିକ ଭାବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇପାରେ। ଏହା ପେଟରେ ବଢ଼ୁଥିବା ଶିଶୁର ସ୍ୱାସ୍ଥ୍ୟକୁ ବି ପ୍ରଭାବିତ କରିପାରେ। ଏଣୁ ନିଜକୁ ତଥା ଗର୍ଭସ୍ଥ ଶିଶୁକୁ ସଂକ୍ରମଣମୁକ୍ତ ରଖିବା ପାଇଁ ଗର୍ଭବତୀ ମହିଳାଙ୍କୁ କରୋନା ଟିକା ନେବାକୁ ପରାମର୍ଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.