Below header

ସରକାରଙ୍କ ସହ ଆଲୋଚନା ବିଫଳ, ଜାରି ରହିବ ଶିକ୍ଷକ ଆନ୍ଦୋଳନ

ଦାବି ପୂରଣ ପାଇଁ ସରକାର ମାଗିଥିଲେ ୩ ମାସ ସମୟ

ଭୁବନେଶ୍ବର : ବାହାରିଲାନି ସମାଧାନର ବାଟ । ଆନ୍ଦୋଳନ ଜାରି ରଖିବେ ଶିକ୍ଷକ । ରାଜ୍ୟ ସରକାରଙ୍କ ସହ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆଲୋଚନା ବିଫଳ ହୋଇଛି । ଦାବି ପୂରଣ ପାଇଁ ସରକାର ମାଗିଥିଲେ ୩ ମାସ ସମୟ । ତେବେ ରାଜି ହୋଇ ନଥିଲେ ଶିକ୍ଷକ । ସପ୍ତାହେ ଭିତରେ ଦାବି ପୂରଣ ପାଇଁ ଅଡ଼ି କରିଥିଲା ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ । ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରି ନପାରିବାରୁ ଆନ୍ଦୋଳନ ଜାରି ରଖିବାକୁ ମଞ୍ଚ ନିଷ୍ପତ୍ତି ନେଇଛି । ଆଜି ସଚିବାଳୟରେ ଶିକ୍ଷକଙ୍କ ସମସ୍ୟା ନେଇ ମନ୍ତ୍ରୀ ସ୍ତରୀୟ ବୈଠକରେ ଆଲୋଚନା କରାଯାଇଥିଲା ।

ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଗଣଶିକ୍ଷା ସଚିବ ଓ ଉଚ୍ଚଶିକ୍ଷା ସଚିବ ଉପସ୍ଥିତ ଥିଲେ । ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ୧୧ ଜଣିଆ ପ୍ରତିନିଧିଙ୍କ ସହ ଦାବି ସମ୍ପର୍କରେ ଆଲୋଚନା କରିଥିଲେ ସରକାର ।  ଚାକିରି ସର୍ତ୍ତାବଳୀ, ପୂର୍ଣ୍ଣ ଅନୁଦାନ ଓ ସପ୍ତମ ବେତନ କମିସନ ସୁପାରିସ ଭିତ୍ତିରେ ଦରମା ପ୍ରଦାନ ଆଦି ଦାବିରେ ବ୍ଳକ୍‌ ଗ୍ରାଣ୍ଟ ଅଧ୍ୟାପକ ଓ ଶିକ୍ଷକମାନେ ୨୮ ଦିନ ହେଲାଣି ଆନ୍ଦୋଳନ କରୁଛନ୍ତି । ଭୁବନେଶ୍ୱର ପରେ ଏବେ ବ୍ଲକସ୍ତରରେ ଚାଲିଛି ଆନ୍ଦୋଳନ । ଠପ୍‌ ହୋଇଯାଇଛି ରାଜ୍ୟରେ ଥିବା ବ୍ଲକ୍‌ଗ୍ରାଣ୍ଟ ସ୍କୁଲ ଓ କଲେଜରେ ପାଠପଢ଼ା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.