Below header

ସାବଧାନ ! ମୋବାଇଲ ବ୍ଯାଟେରୀ ଫାଟିବା ପୂର୍ବରୁ ମିଳିଥାଏ ଏହି ସଙ୍କେତ

ଆଜିର ଡ଼ିଜିଟାଲ ଦୁନିଆରେ ମୋବାଇଲ ଫୋନ ଜୀବନର ଏକ ଅଂଶବିଶେଷ ପାଲଟିଛି। ମୋବାଇଲ ବିନା ରହିବା ଅସମ୍ଭବ ପ୍ରାୟ ହୋଇଯାଇଛି। ଯେମିତି ସମସ୍ତ ଜିନିଷର କିଛି ଭଲ ଗୁଣ ରହିଥିବା ବେଳେ କିଛି ଖରାପ ଗୁଣ ମଧ୍ୟ ରହିଥାଏ। ଠିକ୍ ସେହିପରି ମୋବାଇଲର ମଧ୍ୟ ଭଲ ଗୁଣ ସହ ରହିଛି ଅନେକ ଖରାପ ଗୁଣ। ଅନେକ ସମୟରେ ସ୍କାର୍ଟଫୋନ ଗୁଡ଼ିକ ଜୀବନ ପାଇଁ ଅଭିଶାପ ଭାବେ ଜଣାପଡ଼ିଥାଏ। ମୋବାଇଲ ଫାଟି ଜୀବନ ଯିବା ଭଳି ସେହିଭଳି ଅନେକ ଘଟଣା ଶୁଣିବାକୁ ମିଳିଛି। ଆପଣ ଜାଣିଛନ୍ତି କି ମୋବାଇଲ ଫାଟିବା ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ସଙ୍କେତ ଦେଖାଯାଇଥାଏ, ଆଜି ଆମେ ତାହା ବିଷୟରେ ଆପଣଙ୍କୁ ସୂଚନା ଦେବାକୁ ଯାଉଛୁ।

charge-main

ମୋବାଇଲ ଫାଟିବା ପୂର୍ବରୁ ମିଳିଥିବା ସଙ୍କେତ

-ଲିଥିୟମ ଆଇନରେ ନିମିର୍ତମି ବ୍ଯାଟେରୀ ଚାର୍ଜ କରିବା ସମୟରେ ଗରମ ହୋଇଯାଇଥାଏ। ଏଥିସହ ଏହାକୁ କମ୍ ବ୍ଯବହାର କରିବା ଦ୍ବାରା ମଧ୍ୟ ଏହା ଗରମ ହୋଇଥାଏ। ଏଣୁ ଯେତେବେଳେ ମୋବାଇଲ ବ୍ଯବହାର ବା ଚାର୍ଜ କରିବା ସମୟରେ ମୋବାଇଲ ଗରମ ହେଉଛି ତେବେ ଏହାକୁ ତୁରନ୍ତ ବଦଳାନ୍ତୁ। ଅଥବା ଏହା ଫାଟିବାର ସମ୍ଭାବନା ରହିଛି।

-ଯଦି ଆପଣଙ୍କ ମୋବାଇଲର ବ୍ଯାଟେରୀ ଫୁଲି ଯାଇଛି ତେବେ ଏହା କେତେବେଳେ ମଧ୍ୟ ଫାଟିପାରିବ। ଏଣୁ ଭଲ ହେବାକି ଆପଣ ଆପଣଙ୍କର ଫୁଲିଥିବା ମୋବାଇଲ ବ୍ଯାଟେରୀକୁ ଯେତେ ଶୀଘ୍ର ହେବ ବଦଳାନ୍ତୁ।

android-phone-charging

-ମୋବାଇଲ ଫାଟିବାକି ନାହିଁ ପରୀକ୍ଷା କରିବା ପାଇଁ ଗୋଟିଏ ଟେବୁଲ ଉପରେ ମୋବାଇଲର ବ୍ଯାଟେରୀକୁ ବାହାର କରି ଘୂରାନ୍ତୁ। ଯଦି ତାହ ଘୂରୁଛି ଏହା ଅର୍ଥ ବ୍ୟାଟେରୀ ଫୁଲି ଯାଇଛି । ଏହି ସମୟରେ ତୁରନ୍ତ ଏହାକୁ ବଦଳାନ୍ତୁ ଅଥବା ଏହା ଫାଟିବାର ସମ୍ଭାବନା ରହିଛି।

-ବେଳେ ବେଳେ ସ୍ମାର୍ଟଫୋନ ହାତରୁ ପଡ଼ିଗଲେ କିମ୍ବା ଫିଙ୍ଗି ଦେଲେ ତାହା ଫାଟିବାର ସମ୍ଭାବନା ରହିଛି ।

-କମ ତାପମାତ୍ରାରେ ମୋବାଇଲ ଫୋନ ଚାର୍ଜ କଲେ ମୋବାଇଲର ବ୍ଯାଟେରୀ ଫାଟିବାର ଅଧିକ ସମ୍ଭାବନା ରହିଥାଏ। ଲିଥିୟମ ଆୟନ ବ୍ଯାଟେରୀକୁ ଅଧିକ ଥଣ୍ଡା ଥିବା ସ୍ଥାନରେ ଚାର୍ଜ କରିବା ଭୟଙ୍କର ହୋଇଥାଏ।

battery

 

-ଚାର୍ଜିଂ କରୁଥିବା ସମୟରେ ମୋବାଇଲ ବ୍ଯବହାର କଲେ ବ୍ଯାଟେରୀ ଫାଟିବାର ଅଧିକ ସମ୍ଭାବନା ରହିଥାଏ। ଏହା କରିବା ଦ୍ବାରା ମୋବାଇଲର ମଦରବୋର୍ଡ଼ରେ ପ୍ରଭାବ ପଡ଼ିଥାଏ । ଏଣୁ ମୋବାଇଲ ଫାଟିବାର ଅଧିକ ସମ୍ଭାବନା ରହିଥାଏ।

-ବଜାରରେ ବିଭିନ୍ନ ପ୍ରକାରର ଏବଂ ବ୍ରାଣ୍ଡର ମୋବାଇଲ ମିଳୁଛି। ଏଣୁ ଶସ୍ତା ଏବଂ ଖରାପ ଇଲେକ୍ଟ୍ରୋନିକ ଉପକରଣ ମୋବାଇଲରେ ବ୍ଯବହାର ହୋଇଥିବା ଯୋଗୁଁ ତାହା ଫାଟିବାର ଅଧିକ ସମ୍ଭାବନା ରହିଥାଏ।

charging

କେତେବେଳେ ଫାଟିଥାଏ ବ୍ଯାଟେରୀ

-ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ ଇଣ୍ଟରନ୍ଯାସନାଲ କଲ ବା ମିସ୍ଡକଲ ଆସିବା ମାତ୍ରେ ମଧ୍ୟ ମୋବାଇଲ ଫାଟିବାର ସମ୍ଭାବନା ରହିଥାଏ। ଯଦି ଆପଣ ଇଣ୍ଟରନ୍ଯାସନାଲ ନମ୍ବର ସହ ମୋବାଇଲରେ କଥା ହେଉଛନ୍ତି ତେବେ କିଛି ଅଧିକ ସମୟ ପରେ ତାହା ଫାଟିଯାଇ ପାରେ।

-କିଛି ଆନଡ୍ରୋଏଡ଼୍ ଫୋନରେ ମାଲଓୟାର ଏବଂ ବଗ୍ ରହିଥାଏ। ଯାହା ଫଳରେ ଚାର୍ଜ ସମୟରେ ମଦରବୋର୍ଡ଼ ଉପରେ ପ୍ରଭାବ ପଡ଼ିଥାଏ।  ତାହା ଦ୍ବାରା ଫାଟିବାର ଅଧିକ ସମ୍ଭାବନା ରହିଥାଏ ।

-ଏଣୁ ଆଗକୁ ମୋବାଇଲ ବ୍ଯବହାର କରିବା ସମୟରେ କିମ୍ବା ଚାର୍ଜ କରିବା ସମୟରେ ଏହି ସମସ୍ତ ଜିନିଷ ଉପରେ ଧ୍ୟାନ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.