Below header

ହତ୍ଯାକାରୀ ସୁନ୍ଦରୀ !

ସୁନ୍ଦରୀ ଝାମ୍ପି ନେଲା । ମାରି ଦେଲା । ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରେ ବାଘୁଣୀ ସୁନ୍ଦରୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଅଭିଯୋଗ । ମୃତକଙ୍କ ନାଁ କୈଳାସୀ ଗଡ଼ନାୟକ । ସାତକୋଶିଆ ଅଭୟାରଣ୍ୟର ହାତୀବାରି ନିକଟରେ ମହିଳାଙ୍କ ଉପରେ ଝାମ୍ପି ପଡ଼ିଥିଲା ବାଘୁଣୀ ସୁନ୍ଦରୀ । କୈଳସୀ ଛେଳି ଚରାଇବାକୁ ଯାଇଥିଲେ । ଏତିକିବେଳେ ବାଘୁଣୀ ହାବୁଡ଼ରେ ସେ ପଡ଼ି ଯାଇଥିଲେ । ପୋଖରୀ ହୁଡାରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଓ ବନ ବିଭାଗ ତଦନ୍ତ ଚଳାଇଛନ୍ତି ।

ଏହା ପୂର୍ବରୁ ସୁନ୍ଦରୀର ଆକ୍ରମଣରେ ଜଣେ ବନ କର୍ମଚାରୀ ଆହତ ହୋଇଥିଲେ । ଏନେଇ ସ୍ଥାନୀୟ ବାସିନ୍ଦା ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣିନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.