Below header

ଶିକ୍ଷକଙ୍କ ଯୋତା ମାଡ଼ରେ ଛାତ୍ରଛାତ୍ରୀ ଆହତ ଘଟଣାରେ କାର୍ଯ୍ୟାନୁଷ୍ଠାନ, ନିଲମ୍ବିତ ହେଲେ ଶିକ୍ଷକ

ସୁବର୍ଣ୍ଣପୁର(କେନ୍ୟୁଜ୍): ଶିକ୍ଷକଙ୍କ ଯୋତା ମାଡ଼ରେ ଛାତ୍ରଛାତ୍ରୀ ଆହତ ଘଟଣାରେ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ଶିକ୍ଷକ । ନିଲମ୍ବିତ ଶିକ୍ଷକ ହେଲେ ସୁବର୍ଣ୍ଣପୁର ସାଲମାଟ୍ରିକା ସରକାରୀ ପ୍ରାଥମିକ ବିଦ୍ୟାଳୟର ଦେବେନ୍ଦ୍ର ପୁରୋହିତ । ଉତ୍ତର ଦେଇ ନପାରିବାରୁ ଦ୍ୱିତୀୟ ଶ୍ରେଣୀର ଦୁଇ ଛାତ୍ରୀଙ୍କୁ ଜୋତାରେ ମାରିଥିଲେ ଦେବେନ୍ଦ୍ର । ପରେ ଉଭୟଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଏନେଇ ଶିକ୍ଷକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ଛାତ୍ରୀଙ୍କ ପରିବାର ଲୋକ । ହେଲେ କୌଣସି କାର୍ଯ୍ୟନୁଷ୍ଠାନ ନିଆ ନଯିବାରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖରେ ଫେରାଦ ହୋଇ ଅଭିଭାବକ । ତଦନ୍ତ ନିର୍ଦ୍ଦେଶ ପରେ ଏବେ ସଂପୃକ୍ତ ଶିକ୍ଷକ ଦେବେନ୍ଦ୍ର ପୁରୋହିତଙ୍କୁ ନିଲମ୍ବିତ କରିଛି ଶିକ୍ଷା ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.