କଏଦୀଙ୍କ ପେଟରୁ ଅସ୍ତ୍ରୋପଚାର କରି ଡାକ୍ତରୀ ଦଳ ବାହାର କଲେ ମୋବାଇଲ ଫୋନ୍
ଏକ ଅଭାବନୀୟ ଘଟଣାକ୍ରମେ, ଇନ୍ଦିରା ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ (ଆଇଜିଆଇଏମଏସ) ର ଡାକ୍ତରମାନେ ଜଣେ କଏଦୀଙ୍କ ପେଟରୁ ଏକ ମୋବାଇଲ ଫୋନ୍ କାଢ଼ିଛନ୍ତି । କଏଦୀ ଜଣକ ଏହି ମୋବାଇଲଟିକୁ ଗୋପାଳଗଂଜ ଜେଲରେ ସର୍ଚ୍ଚ ଅପରେସନ ବେଳେ ଜେଲରଙ୍କ ଠାରୁ ବଞ୍ଚିବା ପାଇଁ ଗିଳି ଦେଇଥିଲେ ।
ବିହାର : ଏକ ଅଭାବନୀୟ ଘଟଣାକ୍ରମେ, ଇନ୍ଦିରା ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ (ଆଇଜିଆଇଏମଏସ) ର ଡାକ୍ତରମାନେ ଜଣେ କଏଦୀଙ୍କ ପେଟରୁ ଏକ ମୋବାଇଲ ଫୋନ୍ କାଢ଼ିଛନ୍ତି । କଏଦୀ ଜଣକ ଏହି ମୋବାଇଲଟିକୁ ଗୋପାଳଗଂଜ ଜେଲରେ ସର୍ଚ୍ଚ ଅପରେସନ ବେଳେ ଜେଲରଙ୍କ ଠାରୁ ବଞ୍ଚିବା ପାଇଁ ଗିଳି ଦେଇଥିଲେ ।
ଏହି ଘଟଣାଟି ଜେଲରଙ୍କୁ ଜଣାପଡିଥିଲା ଯେତେବେଳେ କଏଦୀ ଜଣକ ପେଟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ । କଏଦୀ ଜଣକ ଜେଲରେ ସର୍ଚ୍ଚ ଅପରେସନ ବେଳେ ଧରା ପଡିବା ଭୟରେ ଗତ ଶନିବାର ଦିନ ଗିଳି ଦେଇଥିଲେ । ପରେ କଏଦୀ ଜଣକୁ ବିଭିନ୍ନ ରକ୍ତ ପରୀକ୍ଷା ଓ ଏକ୍ସ ରେ କରିବାକୁ କୁହାଯାଇଥିଲା ।
ହେଲେ ଏଥିରେ କିଛି ଜଣା ନପଡିବାରୁ ଡାକ୍ତରୀ ଦଳ ଏଣ୍ଡୋସ୍କୋପି କରିବାକୁ ପରାମର୍ଶ ଦେଇଥିଲେ । ଯେଉଁଥିରୁ ପେଟରେ ମୋବାଇଲ ଫୋନ୍ ଥିବା ଜଣାପଡିଥିଲା । କଏଦୀ କ୍ୱାସର ଅଲ୍ଲୀ ନିଶା ଦ୍ରବ୍ୟ ଚୋରା କାରବାର କରିବା ଅଭିଯୋଗରେ ୨୦୨୦ ମସିହାରେ ଉତ୍ତର ପ୍ରଦେଶ ଗୋପାଳ ଗଂଜ ପୋଲିସ ଦ୍ୱାରା ଗିରଫ ହୋଇଥିଲା ।