ଟାଟା ଦେଲେ ପୁରସ୍କାର, ୯୦୦ ରୁ ଅଧିକ ପାଇଲଟ ଓ ହଜାରେ କେବିନ କ୍ରୁ ଙ୍କୁ ଏୟାର ଇଣ୍ଡିଆରେ ମଳିବ ଚାକିରି
ଏୟାର ଇଣ୍ଡିଆ ୨୦୨୩ ରେ ଦେଶରେ ବଡ ସଂଖ୍ୟାରେ ପାଇଲଟ ଓ କ୍ରୁ ଟ୍ରେନୀଙ୍କୁ ଚାକିରି ଦେବାକୁ ଯୋଜନା କରୁଛି । ଟାଟା ଗ୍ରୁପ ମାଲିକାନାକୁ ଏୟାର ଇଣ୍ଡିଆ ଗଲାପରେ ନିଜର ନେଟ୍ଓ୍ଵର୍କକୁ ବିସ୍ତାର କରିବା ପାଇଁ ୯୦୦ ରୁ ଅଧିକ ପାଇଲଟ୍ ଓ ୪୨୦୦ ରୁ ଅଧିକ କ୍ରୁ ଟ୍ରେନିଙ୍କୁ ଚାକିରି ଦେବ ବୋଲି ଜଣାଯାଇଛି । ଏଥିସହିତ ଏୟାର ଇଣ୍ଡିଆ ମେଣ୍ଟେନାନ୍ସ ଇଂଜିନିୟରଙ୍କୁ ମଧ୍ୟ ଭର୍ତ୍ତି କରିବ ବୋଲି ଜଣାଯାଇଛି ।
ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ୨୦୨୩ ରେ ଦେଶରେ ବଡ ସଂଖ୍ୟାରେ ପାଇଲଟ ଓ କ୍ରୁ ଟ୍ରେନୀଙ୍କୁ ଚାକିରି ଦେବାକୁ ଯୋଜନା କରୁଛି । ଟାଟା ଗ୍ରୁପ ମାଲିକାନାକୁ ଏୟାର ଇଣ୍ଡିଆ ଗଲାପରେ ନିଜର ନେଟ୍ଓ୍ଵର୍କକୁ ବିସ୍ତାର କରିବା ପାଇଁ ୯୦୦ ରୁ ଅଧିକ ପାଇଲଟ୍ ଓ ୪୨୦୦ ରୁ ଅଧିକ କ୍ରୁ ଟ୍ରେନିଙ୍କୁ ଚାକିରି ଦେବ ବୋଲି ଜଣାଯାଇଛି । ଏଥିସହିତ ଏୟାର ଇଣ୍ଡିଆ ମେଣ୍ଟେନାନ୍ସ ଇଂଜିନିୟରଙ୍କୁ ମଧ୍ୟ ଭର୍ତ୍ତି କରିବ ବୋଲି ଜଣାଯାଇଛି ।
ନିକଟରେ ଟାଟା ୪୭୦ ଏୟାରକ୍ରାପ୍ଟ ଅର୍ଡର ଦେଇଥିଲ । କମ୍ପାନୀରେ ମୋଟ ୮୪୦ ପ୍ଲେନ ସାମିଲ ହେବାର ଅଛି । ଏୟାର ଇଣ୍ଡିଆ ପ୍ରଥମ ଥର ପାଇଁ ଏକା ଥରକେ ୪୭୦ ପ୍ଲେନ ଅର୍ଡର ଦେଇଥିଲା ଯାହା କେବେ କୌଣସି କମ୍ପାନୀ ଦେଇ ନଥିଲେ । ଏହା ପୂର୍ବରୁ ଟାଟା ଗ୍ରୁପ ୩୬ ଏୟାରକ୍ରାପ୍ଟ ଭଡାରେ ନେବାକୁ ଯୋଜନା କରୁଥିଲେ । ଏବେ ଏୟାର ଇଣ୍ଡିଆ ପାଖରେ ୧୪୦ ପ୍ଲେନ ରହିଛି ।
ଏଥି ମଧ୍ୟରେ ଅଧିକାଂଶ ସ୍ଲିମ ବଡି ବାଲା ଏୟାରକ୍ରାପ୍ଟ । ପ୍ରକାଶଯୋଗ୍ୟ ଯେ କରୋନା ସମୟରେ ସବୁ କମ୍ପାନୀ କର୍ମଚାରୀ ଛଟେଇ କରିଥିଲେ । ଯାହାକି ବିମାନ କମ୍ପାନୀ ଉପରେ ମଧ୍ୟ ପ୍ରଭାବ ପଡିଥିଲା ଓ ବହୁ କର୍ମଚାରୀ ମଧ୍ୟ ଛଟେଇ ହୋଇଥିଲେ ।