Below header

ମୃତ୍ଯୁ ପରେ ଶିକ୍ଷକଙ୍କ ଶେଷ ଇଚ୍ଛାକୁ ସମ୍ମାନ ଜଣାଇଲେ ପରିବାର ଲୋକେ: ଛାତ୍ରଙ୍କ ପାଇଁ ଦାନ କଲେ ଶରୀର

କେନ୍ଦ୍ରାପଡା(କେନ୍ଯୁଜ୍): ଛାତ୍ରଙ୍କ ପାଇଁ ଶିକ୍ଷକଙ୍କର ଶରୀର ଦାନ। ଆମ ସମାଜରେ ଗୁରୁ ଶିଷ୍ୟଙ୍କ ନିବିଡ଼ ସମ୍ପର୍କ, ପ୍ରାଚୀନ କାଳରୁ ରହି ଆସିଛି। ବିଭିନ୍ନ ସମୟରେ ଏହାର ଉଦାହରଣ ବି ଦେଖିବାକୁ ମିଳେ।

କେନ୍ଦ୍ରାପଡା କଲେଜର ଇଂରାଜୀ ପ୍ରଫେସର ମାଧବାନନ୍ଦ ପଣ୍ଡା। ପାଠ ପଢ଼ାଇବା ବେଳେ ଛାତ୍ର ବତ୍ସଳ ପାଇଁ ସଭିଙ୍କ ପାଖରେ ପ୍ରିୟ ଥିଲେ। ମୃତ୍ଯୁ ପରେ ମେଡିକାଲ ଛାତ୍ରଙ୍କ ପାଇଁ ନିଜର ଶରୀର ଦାନ କରି ଆଜି ପୁଣି ସେତିକି ନମସ୍ୟା ହୋଇପାରିଛନ୍ତି।

ସୂଚନା ମୁତାବକ, ୨୦୨୧ ମସିହାରେ ଅବସର ନେବାପରେ, ସେ ତାଙ୍କ ମୃତ୍ଯୁ ପରେ ନିଜ ଶରୀର ଦାନ ପାଇଁ ରେଜିଷ୍ଟ୍ରେସନ କରିଥିଲେ। ତେବେ ବର୍ତ୍ତମାନ ତାଙ୍କର ମୃତ୍ୟୁ,  ପରିବାର ଲୋକେ ତାଙ୍କ ଶେଷ ଇଚ୍ଛାକୁ ସମ୍ମାନ ଜଣାଇ, ତାଙ୍କ ଶରୀର ଦାନ କହିଛନ୍ତି । ଏଥି ପାଇଁ ପରିବାର ଏସସିବି ମେଡିକାଲ ସହ ଯୋଗାଯୋଗ କରିଥିବା ଜଣାପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.