ଆଇପିଏଲ୍‌ ନିଲାମୀ ଆରମ୍ଭ: ଶିଖର ଧଓ୍ଵନଙ୍କୁ ୮.୨୫ କୋଟିରେ କିଣିଲା ପଞ୍ଜାବ, ଶ୍ରେୟସଙ୍କୁ ୧୨.୨୫ କୋଟିରେ କିଣିଲା କୋଲକତା

ବାଙ୍ଗାଲୋର ଆଇପିଏଲ୍‌ ନିଲାମୀ ଆରମ୍ଭ ହୋଇଯାଇଛି। ମାର୍ଚ୍ଚ ଏବଂ ଏପ୍ରିଲରେ ଖେଳାଯିବାକୁ ଥିବା ଆଇପିଏଲ ସିଜନ ୧୫ ପାଇଁ ଆଜି ଖେଳାଳି ନିଲାମ ହେଉଛନ୍ତି। ଏଥିରେ ୫୯୦ ଖେଳାଳିଙ୍କ ନାମ ସାମିଲ ରହିଛି। ନିଲାମୀ ଆରମ୍ଭ ହେବା ପରେ ଶିଖର ଧଓ୍ଵନଙ୍କୁ ୮.୨୫ କୋଟି ଟଙ୍କାରେ କିଣିନେଇଛି ପଞ୍ଜାବ କିଙ୍ଗସ। କେ ରାବାଡାଙ୍କୁ ୯.୨୫ କୋଟିରେ କିଣିଲା ପଞ୍ଜାବ କିଙ୍ଗସ। ସେହିପରି ଶ୍ରେୟସ ଆୟରଙ୍କୁ ୧୨.୨୫ କୋଟି ଏବଂ ପ୍ୟାଟ୍‌ କମିନ୍ସଙ୍କୁ ୭.୨୫ କୋଟିରେ କିଣିଲା କୋଲକତା ନାଇଟ ରାଇଡର୍ସ।

ସେହିପରି ଆର ଅଶ୍ୱିନୀଙ୍କୁ ୫ କୋଟିରେ କିଣିଛି ରାଜସ୍ଥାନ ରୟାଲ୍ସ।ମହମ୍ମଦ ସାମିଙ୍କୁ ୬.୨୫ କୋଟି ଟଙ୍କାରେ କିଣିଲା ଗୁଜୁରାଟ ଟାଇଟନ୍ସ। ଡି କକ୍‌ଙ୍କୁ ୬.୭୫ କୋଟିରେ କିଣିଲା ଲକ୍ଷ୍ମୌ। ଫ୍ଲାଫ୍‌ ଡୁପ୍ଲେସିସଙ୍କୁ ୭ କୋଟିରେ କିଣିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଡେଭିଡ ଓ୍ଵାର୍ଣ୍ଣରଙ୍କୁ ୬.୨୫ କୋଟିରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.