ମଧ୍ୟାହ୍ନ ଭୋଜନରେ ହେରଫେର୍ ଏବଂ ଡ୍ରେସ୍ କିଣା ଟଙ୍କା ଲୁଟ୍ ପ୍ରତିବାଦ : ଅଭିଭାବକ ଓ ଗ୍ରାମବାସୀ ସ୍କୁଲରେ ପକାଇଲେ ତାଲା

ମୟୁରଭଞ୍ଜ (କେନ୍ୟୁଜ୍) : ମଧ୍ୟାହ୍ନ ଭୋଜନରେ ହେରଫେର୍ ସହ ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ଡ୍ରେସ୍ କିଣା ଟଙ୍କା ହରିଲୁଟ୍। ମିଳିମିଶି ଲୁଟି ନେଉଛନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି ସଦସ୍ୟ। ଏଭଳି ଅଭିଯୋଗ ଆସିଛି ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ କୁଚେଇ ଡୁଭିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ । ଏହାର ପ୍ରତିବାଦରେ ଅଭିଭାବକ ଓ ଗ୍ରାମବାସୀ ସ୍କୁଲରେ ତାଲା ପକାଇ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ ସାଙ୍ଗକୁ ପାଣିଆ ଆଳୁ ଝୋଳ ଦିଆଯାଉଥିବାବେଳେ ଅଣ୍ଡା ମଧ୍ୟ ଦିଆଯାଉନଥିବା ଅଭିଯୋଗ ହୋଇଛି। ସେପଟେ ପ୍ରଧାନଶିକ୍ଷୟିତ୍ରୀ ମଧ୍ୟ ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା କଥା ସ୍ୱୀକାର କରିଛନ୍ତି। ଘଟଣା ସମ୍ପର୍କରେ ଅବଗତ ହେବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ।