Below header

ସମ୍ବଲପୁର ଶିକ୍ଷା ଅଧିକାରୀଙ୍କ ବଡ ନିଷ୍ପତ୍ତି: ଷଷ୍ଠରୁ ମାଟ୍ରିକ୍‌ ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମୋବାଇଲ ମନା, ଜାନୁଆରୀ ୩ ରୁ ନିୟମ ଲାଗୁ

ସମ୍ବଲପୁର(କେନ୍ଯୁଜ୍): କ୍ଲାସ ସମୟରେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ମୋବାଇଲ ବ୍ୟବହାର ମନା ନିର୍ଦ୍ଦେଶକୁ ଅଭିଭାବକ ଓ ଛାତ୍ରଛାତ୍ରୀ ସ୍ୱାଗତ କରିଛନ୍ତି । ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ମୋବାଇଲ ନେଇ କ୍ଲାସକୁ ଆସିଲେ ପାଠ ପଢ଼ାରେ ବହୁତ ଡିଷ୍ଟର୍ବାନ୍‌ସ ହେଉଥିଲେ ଛାତ୍ରଛାତ୍ରୀ । ମୋବାଇଲ ରିଙ୍ଗ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ପାଠରୁ ଧ୍ୟାନ ଭଙ୍ଗ ହେବା ସହ ସମୟ ନଷ୍ଟ ହେଉଥିଲା । ଏଥିପାଇଁ ସମ୍ବଲପୁର ଶିକ୍ଷା ଅଧିକାରୀ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ।

ଆସନ୍ତା ଜାନୁଆରୀ ୩ରୁ ଏହି ନିୟମ ଜିଲ୍ଲାର ସମସ୍ତ ସ୍କୁଲରେ ଲାଗୁ ହେବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଷଷ୍ଠରୁ ମାଟ୍ରିକ୍‌ ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କ୍ଲାସ ରୁମ ଭିତରକୁ ମୋବାଇଲ ନେଇ ପାରିବେ ନାହିଁ । ଯଦି କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ଏହି ଆଦେଶ କୁ ଅବମାନନା କରିବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.