‘ଲିଜ୍ ହୋଲ୍ଡ ବଦଳରେ ମିଳିବ ମାଲିକାନା ସ୍ୱତ୍ତ୍ୱ’, ସମସ୍ତ ଲିଜ୍ ଓ ଆବଣ୍ଟିତ ଜମିଗୁଡ଼ିକୁ କରାଯିବ ଫ୍ରି ହୋଲ୍ଡ

ଭୁବନେଶ୍ବର(କେନ୍ଯୁଜ୍): ଲିଜ୍ ହୋଲ୍ଡ ବଦଳରେ ମିଳିବ ମାଲିକାନା ସତ୍ତ୍ୱ। ଫ୍ରି ହୋଲ୍ଡ ବୟବସ୍ଥା ଆଣିବେ ସରକାର। ସରକାରୀ ଜମି ଲିଜ୍ ସୂତ୍ରରେ ନେଇଥିବା ହିତାଧିକାରୀଙ୍କୁ ମିଳିବ ମାଲିକାନା ସତ୍ତ୍ୱ। ଏହା ଦ୍ୱାରା ବିଭିନ୍ନ ସରକାରୀ ବିଭାଗଠାରୁ ଆବଣ୍ଟନରେ ପାଇଥିବା ଜମିକୁ ନିଜ ଅନୁଯାୟୀ ବିକ୍ରି କରିବା ସହ ଅନ୍ୟ ଜଣଙ୍କ ନାଁକୁ ସ୍ଥାନାନ୍ତର କରିପାରିବେ। ଏହାଦ୍ୱାରା ଆବଣ୍ଟିତ ଜମି ପାଇଥିବା ଜମି ମାଲିକ ଲାଭବାନ୍ ହେବେ।
ରାଜ୍ୟ ସରକାର ସମସ୍ତ ଲିଜ୍ ଓ ଆବଣ୍ଟିତ ଜମି, ଘରଗୁଡ଼ିକ ଖୁବଶୀଘ୍ର ଫ୍ରି ହୋଲଡ କରିବା ନେଇ ଅନୁଧ୍ୟାନ କରୁଛନ୍ତି । ଏହା ଦ୍ୱାରା ବିଭିନ୍ନ ସହରାଞ୍ଚଳରେ ଥିବା ହାଉସହୋଲଡ ଜମିଗୁଡ଼ିକ କିଣାବିକା ଓ ବ୍ୟବହାରରେ ସରଳୀକରଣ ହେବ। ବର୍ତ୍ତମାନ ଲିଜ୍ ହୋଲ୍ଡରେ ପାଇଥିବା ଜମି ମାଲିକମାନଙ୍କୁ କେବଳ ଉତ୍ତରାଧିକାରୀ ହେରିଟେବୁଲ ଅଧିକାର ଦିଆଯାଇଛି। ହେଲେ ମାଲିକମାନେ ଏହାକୁ ଅନ୍ୟ ଜଣଙ୍କ ନାଁକୁ ସ୍ଥାନାନ୍ତର କରିବା ପାଇଁ ହେଲେ ଜମି ନେଇଥିବା ସଂପୃକ୍ତ ସଂସ୍ଥାଠାରୁ ଅନୁମତି ନେବାକୁ ପଡୁଛି। ଫ୍ରି ହୋଲ୍ଡ ପରେ ଏସବୁ ବ୍ୟବସ୍ଥାରେ ପରିବର୍ତ୍ତନ ଆସିବ।