Below header

ଟିମ୍ ଓ୍ଵାର୍କ ସଫଳତାର ମୂଳମନ୍ତ୍ର ଏବଂ ଜମ୍ମୁ କଶ୍ମୀରରୁ ଧାରା-୩୭୦ ଉଚ୍ଛେଦକୁ ସମର୍ଥନ କରୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (କେନ୍ୟୁଜ୍) : ଟିମ୍ ଓ୍ଵାର୍କ ସଫଳତାର ମୂଳମନ୍ତ୍ର। ଓଡ଼ିଶା ଲିଟରାରୀ ଫେଷ୍ଟିଭାଲର ଉଦଯାପନୀ ଦିବସରେ ଯୋଗ ଦେଇ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜମ୍ମୁ କଶ୍ମୀରରୁ ଧାରା-୩୭୦ ଉଚ୍ଛେଦକୁ ସେ ସମର୍ଥନ କରିଛନ୍ତି। ନବୀନ କହିଛନ୍ତି, କେନ୍ଦ୍ର ସରକାରଙ୍କ ସହ ଗଠନମୂଳକ ସହଯୋଗ ରହିବ। ଏହାସହ ମୋ ସରକାର ଓ ୫-Tର କଥା ବି କହିଛନ୍ତି ମୁଖ୍ୟମନ୍ତ୍ରୀ। ଫିଟନେସର ମନ୍ତ୍ର ଦେଇଛନ୍ତି। ବ୍ୟାୟାମ ଓ ଅଳ୍ପ ଖାଦ୍ୟଗ୍ରହଣ ତାଙ୍କ ଫିଟନେସର ମନ୍ତ୍ର। ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ଲିଟରାରୀ ଫେଷ୍ଟିଭାଲର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଓ୍ଵାନ୍-ଟୁ-ଓ୍ଵାନ୍ କରିଥିଲେ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାଓ୍ଵାଲା। ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ବିରାଟ କୋହଲି ବୋଲି କହିଛନ୍ତି ପ୍ରଭୁ ଚାଓ୍ଵଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.