ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରୟାସରେ କିମ୍ସ ପକ୍ଷରୁ ମାଗଣା ସ୍ବାସ୍ଥ୍ୟସେବା ଶିବିର ଏବଂ ଔଷଧ ବଣ୍ଟନ କାର୍ଯ୍ୟକ୍ରମ

ଭୁବନେଶ୍ବର (କେନ୍ୟୁଜ୍) : ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରୟାସରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ୍ -କିମ୍ସ ପକ୍ଷରୁ କନ୍ଧମାଳ ସଂସଦୀୟ କ୍ଷେତ୍ରର ଫୁଲବାଣୀ, ଫିରିଙ୍ଗିଆ, ଖଜୁରୀପଡା ଓ ଚକାପାଦ ବ୍ଲକର ୨୦ଟି ସ୍ଥାନରେ ମାଗଣା ମେଗା ସ୍ୱାସ୍ଥ୍ୟସେବା ଶିବିର ଓ ମାଗଣା ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ କିମ୍ସର ୪୦୦ ଡାକ୍ତର, ବିଶେଷଜ୍ଞ ଓ ସ୍ୱାସ୍ଥ୍ୟକର୍ମୀ ଯୋଗ ଦେଇଥିଲେ । ପ୍ରତି କ୍ୟାମ୍ପରେ ୫ ଶହରୁ ଅଧିକ ରୋଗୀଙ୍କୁ କିମସ ଡାକ୍ତରମାନେ ସ୍ୱାସ୍ଥ୍ୟଗତ ପରାମର୍ଶ ଦେବା ସହ ମାଗଣା ଔଷଧ ବଣ୍ଟନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.